ସ୍ୱାମୀଙ୍କ ଠାରୁ ଅଲଗା ହେବେକି ନୟନତାରା ! ଇନଷ୍ଟାଗ୍ରାମରୁ ସ୍ୱାମୀଙ୍କୁ କରିଦେଲେ ଅନଫଲୋ ..
1 min readସ୍ୱାମୀଙ୍କ ଠାରୁ ଅଲଗା ହୋଇଯିବେ କି ନୟନତାରା ? ସାଉଥ୍ ସୁନ୍ଦରୀ ନୟନତାରା ନିଜ ଅଭିନୟରେ ସମସ୍ତଙ୍କୁ କରନ୍ତି ପାଗଳ । କେବଳ ଅଭିନୟ ନୁହେଁ ସଫଳ ବିଜ୍ ନେସ ଓମେନ୍ ଭାବରେ ରହିଛି ତାଙ୍କର ସ୍ୱତନ୍ତ୍ର ପରିଚୟ । ନିଜ କର୍ମ କ୍ଷେତ୍ର ସିନା ସଫଳ ହେଲେ ନିଜ ବ୍ୟକ୍ତିଗତ ଜୀବନରେ ହୋଇଛନ୍ତି ବିଫଳ । କାରଣ ନିଜର ବୈବାହିକ ଜୀବନରେ ଉଠିଲାଣି ଫାଟ । ସ୍ୱାମୀଙ୍କ ସହିତ ନୟନତାରାଙ୍କ ହୋଇଯାଇପାରେ ଛାଡପତ୍ର । ତାଙ୍କର ପୋଷ୍ଟକୁ ନେଇ ଏବେ ସବୁୁଠି ଚର୍ଚ୍ଚା ଚାଲିଛି ।
ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟା ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି କି ତାଙ୍କ ଆଖିରେ ଲୁହ ଥାଇ ମଧ୍ୟ ସେ ସବୁବେଳେ କହିବେ ‘ମୁଁ ଏହା ପାଇ ଯାଇଛି’ । ଅଭିନେତ୍ରୀ ଏହି କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି ।କେବଳ ଏତିକି ନୁହେଁ, ନୟନତାରା ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କୁ ‘ଅନଫଲୋ’ କରିଛନ୍ତି । ହେଲେ ପୂର୍ବରୁ ନୟନତାରା ସ୍ୱାମୀଙ୍କୁ ଫଲୋ କରୁଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଦୀର୍ଘଦିନ ପରସ୍ପରକୁ ଡେଟ୍ କରିବା ପରେ ଜୁନ୍ ୯, ୨୦୨୨ରେ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ ।