Pratidin TV

Odisha's Digital News Platform

ତୃତୀୟ ବିବାହ କଲେ ଶୋଏବ୍ , ପୁଅକୁ ନେଇ ଭାରତ ଫେରିବେ ସାନିଆ !

1 min read

ଭାରତୀୟ ଟେନିସ୍ ତାରକା ଖେଳାଳି ସାନିଆ ମିର୍ଜାଙ୍କୁ କିଏ ବା ନଜାଣେ । ତାଙ୍କ ଖେଳ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ ଖବରକୁ ନେଇ ସେ ଚର୍ଚ୍ଚାରେ ରହି ଆସିଥାନ୍ତି । ତେବେ ଖେଳକୁ ନେଇ ସେ ଯେତିକି ପ୍ରଶଂସା ସାଉଣ୍ଟି ଛନ୍ତି ସେତିକି ତାଙ୍କ ବିବାହକୁ ନେଇ ମଧ୍ୟ ବିବାଦର ସାମ୍ନା କରିଥିଲେ । ହେଲେ ଶେଷରେ ସେହି ବିବାହ ହିଁ ବେଶି ଦିନ ତିଷ୍ଠି ପାରିଲା ନାହିଁ । ୨୦୧୦ରେ ସାନିଆ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କୁ ପ୍ରେମ ବିବାହ କରିଥିଲେ । ଯାହାକୁ ନେଇ ୨ ଦେଶ ଭିତରେ ବିବାଦ ଆହୁରି ବଢି ଯାଇଥିଲା । ତେବେ ବର୍ତ୍ତମାନ ଉଭୟଙ୍କର ଛାଡ଼ପତ୍ର ହୋଇସାରିଛି । ଆଉ ଏହି ଭିତରେ ଶୋଏବ ୩ୟ ବିବାହ ମଧ୍ୟ କରି ସାରିଲେଣି ।ତେବେ ସାନିଆ ସୋଏବଙ୍କ ଗୋଟିଏ ସନ୍ତାନ ମଧ୍ୟ ଅଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ୟୁଜର୍ସଙ୍କ ମଧ୍ୟରେ ଦ୍ୱିମତ ଦେଖାଦେଇଛି । ଗୋଟିଏ ଗୋଷ୍ଠୀ, ପାକିସ୍ତାନୀଙ୍କ ବ୍ୟକ୍ତିଙ୍କ ସନ୍ତାନଙ୍କୁ ଭାରତର ନାଗରିକତା ମିଳିବା ବିପଦପୂର୍ଣ୍ଣ ବୋଲି କହୁଥିବାବେଳେ ଅନ୍ୟ ଗୋଷ୍ଠୀ ଏହାର ଓଲଟା ମତ ରଖୁଛନ୍ତି ।

ସାନିଆ ମିର୍ଜା ଟେନିସ୍‌ରେ ଭାରତପାଇଁ ଅନେକ ପଦକ ଜିତି ଛନ୍ତି । କିନ୍ତୁ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ ପରେ ତାଙ୍କୁ ଅନେକ ସମାଲୋଚନାର ସାମ୍‌ନା କରିବାକୁ ପଡ଼ିଥିଲା । ଏବେ ଏହି ବିବାହ ବିଚ୍ଛେଦ ହୋଇଛି । ବର୍ତ୍ତମାନ ସାନିଆ ଏବଂ ପୁଅ ଇଜହାନ ମିର୍ଜା ମଲିକଙ୍କ ଦୁବାଇରେ ସହ ରହୁଛନ୍ତି । ତେବେ ଇଜହାନକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଛାଡପତ୍ର ପରେ ସାନିଆ ନିଜ ପୁଅକୁ ନେଇ ଭାରତ ଆସିବେ କିମ୍ବା ଭାରତର ନାଗରିକତା ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କହିବାକୁ କଲେ ଇଜହାନଙ୍କ ମାମଲା ବେଶ୍ ଅଡ଼ୁଆ ମଧ୍ୟରେ ରହିଛି । କାରଣ ବର୍ତ୍ତମାନ ସେ ନିଜ ମାଆ ସାନିଆଙ୍କ ସହ ଦୁବାଇରେ ଗୋଲଡେନ୍ ଭିଜାରେ ରହୁଛନ୍ତି । ୟୁଏଇର ଏହି ଭିଜା ଦ୍ୱାରା କାହାକୁ ବି ସେଠାରେ ଅଧିକ ଦିନ ପର୍ଯ୍ୟନ୍ତ ରହିବାକୁ ସ୍ୱାଧୀନତା ଦେଇଥାଏ ।

ଏମିତିରେ ପୁଣି ଟେନିସ ଷ୍ଟାର ପାକିସ୍ତାନୀ ନାଗରିକଙ୍କ ସହ ବିବାହ କରିବା ପରେ ମଧ୍ୟ ଭାରତର ନାଗରିକତା ନଛାଡି ଭାରତ ପାଇଁ ଖେଳି ଆସିଛନ୍ତି । ତାଙ୍କ ପୁଅ ମଧ୍ୟ ଭାରତୀୟ ହସ୍ପିଟାଲରେ ଜନ୍ମ ହୋଇଛନ୍ତି । ତେଣୁ ଯଦି ସାନିଆ ଚାହିଁବେ ତେବେ ଇଜହାନଙ୍କୁ ଭାରତର ନାଗରିକତା ପାଇଁ ଦାବି କରି ପାରିବେ । ହେଲେ ଇଜହାନଙ୍କ ଜନ୍ମ ପରେ ପାକିସ୍ତାନର ଖୁଫିଆ ସର୍ଭିସ-ଫେଡରାଲ ଇନଭେଷ୍ଟିଗେସନ ଏଜେନ୍ସୀ କହିଥିଲା ଯେ, ଶିଶୁକୁ ପାକିସ୍ତାନର ନାଗରିକ କୁହାଯିବ ନାହିଁ ଯଦି ସେ ଭାରତୀୟ ନାଗରିକତା ପାଇଛନ୍ତିି । ପାକିସ୍ତାନରେ ଦୁଇ ନାଗରିକତା ରଖିବାର ଆଇନଗତ ମାନ୍ୟତା ରହିଛି । ଗୋଟିଏ ପାକିସ୍ତାନ ଏବଂ ଅନ୍ୟଟି କୌଣସି ବଡ଼ ଦେଶର । ହେଲେ ଭାରତ ସହ ପାକିସ୍ତାନର ଏହି ଚକ୍ତି ନାହିଁ । ଅର୍ଥାତ୍ କେହି ଭାରତୀୟ ନାଗରିକତା ସହ ପାକିସ୍ତାନୀ ପାସପୋର୍ଟ ରଖିପାରିବେ ନାହିଁ । ସେପଟେ ପୁଣି ଭାରତୀୟ କୌଣସି ଦେଶର ପାସପୋର୍ଟ ନେବାକୁ ଚାହାନ୍ତି ତେବେ ଏଥିପାଇଁ ତାଙ୍କୁ ଭାରତୀୟ ନାଗରିକତା ଛାଡ଼ିବାକୁ ହେବ । ଅର୍ଥାତ୍ ଇଜହାନଙ୍କୁ ଯଦି ଏଠାରେ ନାଗରିକ ମାନ୍ୟତା ମିଳୁଛି ତେବେ ସେ ଅନ୍ୟ କୌଣସି ଦେଶର ନାଗରିକତା ନେଇପାରିବେନି ।

ଅନ୍ୟପଟେ ପୁୂଅର ଜନ୍ମ ପରେ ଶୋଏବ କହିଥିଲେ ଯେ, ତାଙ୍କ ପୁଅ ଭାରତ କିମ୍ବା ପାକିସ୍ତାନର ହେବେନାହିଁ । ଯାହାର ଅର୍ଥ ୟୁଏଇ ମଧ୍ୟ ହୋଇଥାଇପାରେ । ଗୋଲଡେନ୍ ପାସପୋର୍ଟ ବ୍ୟତୀତ ଇଜହାନଙ୍କୁ ସେଠାରେ ସ୍ଥାୟୀ ନାଗରିକତା ମିଳିପାରେ । ତେବେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ, ଇଜହାନଙ୍କୁ କେଉଁ ସ୍ଥାନର ନାଗରିକତା ଦିଆଯିବ । କିମ୍ବା ତାଙ୍କ ଅଭିଭାବକ କ’ଣ ଚାହୁଛନ୍ତି । ଏମିତି ମଧ୍ୟ ହୋଇପାରେ ତାଙ୍କ ପାଖରେ ଅନ୍ୟ କୌଣସି ଦେଶର ନାଗରିକତା ରହିଥାଇପାରେ ।

Leave a Reply

Your email address will not be published. Required fields are marked *