Pratidin TV

Odisha's Digital News Platform

କ’ଣ ସତ ହେବ ଇଞ୍ଜିନିୟରଙ୍କ ଭବିଷ୍ୟବାଣୀ, କାହିଁକି ୧୨ଟା ହେଲେ ବନ୍ଦ ହୁଏ ହାୱଡ଼ା ବ୍ରିଜ୍ ?

1 min read

କୋଲକାତାର ପରିଚୟ କହିଲେ ହାୱଡ଼ା ବ୍ରିଜ୍ | ସାରା ଦୁନିୟାରେ ଏହା ଖୁବ ଚର୍ଚ୍ଚାରେ ଥାଏ | ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ରହସ୍ୟମୟୀ ମଧ୍ୟ | ଏହି ବ୍ରିଜ ପଛରେ ଲୁଚି ରରହିଛି ଅନେକ ରହସ୍ୟ | କିଛି ଲୋକ ଏହାକୁ ବିଶ୍ୱାସ କିମ୍ବା ଅନ୍ଧବିଶ୍ୱାସ ସହ ଯୋଡ଼ିଥାନ୍ତି | ବଳିପ୍ରଥା ସହ ଏହାର କିଛି ସମ୍ବନ୍ଧ ଥିବା କିଛି ଲୋକ କହିଥାନ୍ତି | ତେବେ ଜାଣିଛନ୍ତି କି ୧୨ଟା ବାଜିଲେ ଏହି ବ୍ରିଜକୁ ବନ୍ଦ କରିଦିଆଯାଏ | ତେବେ ଏହାର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ |

ଟ୍ୱେବୀ କୁହାଯାଏ ଇଂରେଜମାନଙ୍କ ସମୟରେ ହୁଗୁଳୀ ନଦୀ ଉପରେ ନିର୍ମିତ ହୋଇଥିଲା ଏହି ହାୱଡ଼ା ବ୍ରିଜ୍ ଯାହାର ଲମ୍ବ ୧୫୨୮ ଫୁଟ ଏବଂ ଚୌଡା ୬୨ ଫୁଟ ଅଟେ | ଏହାକଙ୍କୁ ନିର୍ମାଣ କରିବାକୁ ପାଖାପାଖି ୩ ବର୍ଷ ଲାଗିଥିଲା | ତେବେ ୨ୟ ବିଶ୍ୱଯୁଦ୍ଧ ସମୟରେ ଏହା ଉପରେ ହୋଇଥିଲା ବୋମାମାଡ଼ | ହେଲେ ସୌଭାଗ୍ୟବଶତଃ ଏହି ବ୍ରିଜର କୌଣସି କ୍ଷତି ହୋଇନଥିଲା | ଏବଂ ଏହା ଆଜି ପର୍ଯ୍ୟନ୍ତ କୋଲକାତାର ଛାତି ଉପରେ ମୁଣ୍ଡ ଟେକି ଠିଆ ହୋଇଛି ଏହି ହାୱଡ଼ା ବ୍ରିଜ୍ | ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ସବୁଦିନ ୧୨ଟା ବାଜିଲେ ବନ୍ଦ ହୋଇଯାଏ ଏହି ବ୍ରିଜ | ଯଦି ଏଭଳି ନ ହୁଏ ତେବେ ଆଖି ପିଛୁଳାକେ ଧ୍ବଂସ ହୋଇଯିବ ହାୱଡ଼ା ବ୍ରିଜ୍ | ତେବେ ଏହା ପଛରେ କେତେ ଦୂର ସତ୍ୟତା ରହିଛି ତାହା କାହାକୁ ଜଣାନାହଁ | ଯଦି ଏହି ବ୍ରିଜ ଧ୍ବଂସ ହୁଏ ତେବେ ହଜିଯିବା କୋଲକାତାର ୮0 ବର୍ଷର ପରିଚୟ |

Advertisement

ତେବେ ଶୁଣିବାକୁ ମିଳିଥାଏ ଯେ, ହାୱଡ଼ା ବ୍ରିଜ୍ କୁ ତିଆରି କରିଥିବା ଇଞ୍ଜେନିୟରମାନେ କିଛି ଚେତାବନୀ ଦେଇଥିଲେ | ହେଲେ ସେମାନେ କେବେ ନିର୍ଦ୍ଦିଷ୍ଟ କରି କହିଁହଁନ୍ତି ଜେଜେ, ଏହି ବ୍ରିଜଟି କେବେ ଭୁଶୁଡିବ | କିନ୍ତୁ ଏହି ବ୍ରିଜ ଜେବେ ଭୁଷୁଡ଼ିବ ସେତେବେଳେ ସମୟ ୧୨ଟା ହୋଇଥିବ | ହେଲେ ଏହା ଦିନ କି ରାତି ତାହା ମଧ୍ୟ ଜଣାନାହିଁ | ତେଣୁ ଏହି କନଫ୍ୟୁଜନ ପାଇଁ ରାତି ହେଉ କି ଦିନ ଏହି ବ୍ରିଜକୁ ୧୨ଟା ବାଜିଲେ ତୁରନ୍ତ ବନ୍ଦ କରିଦିଆଯାଇଥାଏ | କିଛି ସମୟ ପାଇଁ ଗାଡି ମୋଟର ଆଦି ଯାତାୟାତ ସଂମ୍ପୂର୍ଣ ରୂପେ ହୋଇଯାଏ ଠବ | ୩-4 ମିନିଟ ପରେ ଏହି ବ୍ରିଜକୁ ପୁଣି ଖୋଲିଦିଅଯାଇଥାଏ | ସେହିପରି କିଛି ଲୋକଙ୍କ ବିଶ୍ୱାସ ଏହା ଜେଜେ, ହାୱଡ଼ା ବ୍ରିଜ୍ କେବେ ଭୁଷୁଡ଼ିବ ନାହିଁ |

Leave a Reply

Your email address will not be published. Required fields are marked *