Pratidin TV

Odisha's Digital News Platform

ସୀମିତ ଓଭର ସିରିଜରୁ ବାଦ ପଡିଲେ କେନ୍ ୱିଲିୟମସନ୍‌

1 min read

ନୂଆଦିଲ୍ଳୀ: ଇଂଲଣ୍ଡ ଗସ୍ତରେ ହେବାକୁ ଥିବା ସୀମତ ଓଭର ସିରିଜ ପାଇଁ ନ୍ୟୁଜଲ୍ୟଣ୍ଡ କ୍ରିକେଟ ଟିମର ଘୋଷଣା କରିଛି । ଏହି ଗସ୍ତ ପାଇଁ ୱିଲିୟମସନ୍ ସମେତ ଅନେକ ସିନିୟର ଖେଳାଳି ମାନଙ୍କୁ ସାମିଲ କରାଯାଇ ନାହିଁ । ନ୍ୟୁଜିଲାଣ୍ଡ ଟିମ ୟୁରୋପ ଗସ୍ତରେ ଆର‌୍ୟାଲ୍ୟାଣ୍ଡ ,ଷ୍କଟ୍‌ଲ୍ୟାଣ୍ଡ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବେ । ଏ ପର୍ଯ୍ୟନ୍ତ ନ୍ୟୁଜଲ୍ୟଣ୍ଡ ତାର ୧୫ ଜଣିଆ ଟିମର ଘୋଷଣା କରିଛି ଆଉ ବାକି ୫ ଜଣ ଆର‌୍ୟାଲ୍ୟାଣ୍ଡ ବିପକ୍ଷରେ ଖେଳ ସରିବାପରେ ସାମିଲ ହେବେ ।

ରିପୋର୍ଟ ଅନୁସାରେ ଜୁଲାଇ ୧୦କୁ ଡବଲିନ ଠାରେ ପ୍ରଥମ ମ୍ୟାଚ୍ ଖେଳାଯିବ । କେନ ୱିଲିୟମସନଙ୍କ ସ୍ଥାନରେ ଟମ୍ ଲାଥାମ୍ ଆର‌୍ୟାଲ୍ୟାଣ୍ଡ ବିପକ୍ଷରେ ୩ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଧିନାୟକ ରହିବେ । ଏହାପରେ ବିଲଫାଇଟ୍ସରେ ହେବାକୁ ଥିବା ଟି-୨୦ ଶୃଙ୍ଖଳାରେ ମ୍ୟାଚରେ ମିଚେଲ ସାଣ୍ଟନର ଆର‌୍ୟାଲ୍ୟାଣ୍ଡ ବିରଧରେ ଖେଳିବେ । ଆଉ ମଧ୍ୟ ସେ ସାଣ୍ଟନର ସ୍କଟଲ୍ୟାଣ୍ଡର ଏଡିବର୍ଗରେ ୩ଟି ମ୍ୟାଚ୍ ଓ ନେଦରଲ୍ୟାଣ୍ଡରେ ହେବାକୁ ଥିବା ୨ ଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ଅଧିନାୟକ ରହିବେ । କେନ ୱିଲିୟମସନ, ଡେଭୋନ କନୱେ ,ଟିମ୍ ସାଉôଦ ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ଆରାମ ଦିଆଯାଇଛି ।

Leave a Reply

Your email address will not be published. Required fields are marked *