Pratidin TV

Odisha's Digital News Platform

ଶୀତ ଆସିଛି କାହାପାଇଁ ରୋମାଞ୍ଚକର ଅନୂଭୁତି ହୋଇ , ଆଉ କାହାପାଇଁ ସୈତାନ ସାଜି…

1 min read

ଶୀତ ଆସଛି । ହାଡ଼ ଭଙ୍ଗା ଶୀତରେ ଥରୁଛି ଓଡ଼ିଶା । କାହାପାଇଁ ଏହି ଶୀତ ଗୋଟେ ଋତୁ ନୁହେଁ , ଗୋଟେ ନିଆରା ଅନୁଭବ , ଗୋଟେ ନିଆରା ଅନଭୂତି ପାଲଟିଛି । ଆକର୍ଷଣର ଇସାରା, ଅନ୍ତରଙ୍ଗ ଅଭିସାର । ଯେମତି ଲାଗୁଛି ଶୀତ ହେଉଛି ଅଳସୀ ସଞ୍ଜର ଆମନ୍ତ୍ରିତ ଅତିଥି । ନିଦୁଆ ସକାଳର ସେହି ଉଷୂମ ଚା କପ । ଆଉ କାହାପାଇଁ ଏହି ଶୀତ ଖବରକାଗଜର ସତେଜ ଶୀର୍ଷକ ପାଲଟିଛି । କିଏ ଏହି ଶୀତକୁ ଉପଭୋଗ କରିବା ପାଇଁ ଅବସର ଖୋଜୁଛି । କାଶ୍ମୀର ଯାଉଛି , କୋରାପୁଟ ବୁଲୁଛି । ହେଲେ ଶୀତ ସଭିଙ୍କ ପାଇଁ ସମାନ । ସବୁଠି ଆଉ ସବୁ ଜାଗାରେ ଏହି ଶୀତ ସଭିଙ୍କୁ ଥରାଏ । ଥିଲା ବାଲାଙ୍କ ପାଇଁ ଶୀତ ଏକ ରୋମାଞ୍ଚକର ଅନୂଭୁତି ପାଲଟିଥିବା ବେଳେ ଗରିବ ପାଇଁ ଏହି ଶୀତ କେଉଁ ସୈତାନଠାରୁ କମ୍ ନୁହେଁ ।

ଫୁଟପାଥର ସେହି ଫୁଙ୍ଗୁଳା ରାସ୍ତା ଉପରେ ରାତି କାଟୁଥିବା ସେହି ଅସହାୟଙ୍କ ଉପରେ , ଶୀତ ଇଂରେଜ ମାନଙ୍କ ପରି ଜୁଲମ କରିଥାଏ । ଆଉ ସେହି ଅସହାୟଙ୍କ ଆଗରେ ଏହି ଶୀତ ସୈତାନ ଆଉ ରାକ୍ଷସ ପାଲଟିଯାଏ । ଶୁନଶାନ ରାତିରେ ଶୀତ ସେହି ଗରିବ ମାନଙ୍କ ଉପରେ ଦାଉ ସାଜେ । ଗରିବର ଦେହ ଭିତରକୁ ଧସେଇ ପଶେ ଶୀତ । ସହର ବଜାର, ରାସ୍ତାଘାଟ, ପ୍ଲାଟଫର୍ମ, ବସଷ୍ଟାଣ୍ଡ ଓ ମନ୍ଦିର ବାରଣ୍ଡା ସବୁଠି ଶୀତ ଶାସ୍ତି ଦିଏ, ଜିଇଁବାକୁ କରାଯାଉଥିବା ସଙ୍ଘର୍ଷର ସାକ୍ଷୀ ବି ରୁହେ । ହେଲେ ଶେଷରେ ଏହି ଶୀତ ଗରିବ ପାଖରେ ମୁଣ୍ଡ ନୁଆଁଇବାକୁ ପଡ଼େ । ଶେଷରେ ଗରିବକୁ ସଲାମ କରି ଏହି ଶୀତ ପୁଣି ଥରେ ଫେରିଯାଇଥାଏ । ସତରେ ଖୋଲା ଆକାଶତଳେ ଜୀବନ ଜୀଉଁଥିବା ସେହି ମଣିଷ ହିଁ କହପାରିବ ଏ ଶୀତ କେତେ ଯନ୍ତ୍ରଣାଦାୟକ ।

Advertisement

Leave a Reply

Your email address will not be published. Required fields are marked *