Pratidin TV

Odisha's Digital News Platform

ବିଧାନସଭା ଶୀତ ଅଧିବେଶନ : ଶାସକ-ବିରୋଧୀ ମୁହାଁମୁହିଁ , ୪ଟା ଯାଏଁ ଗୃହ ମୁଲତବି..

1 min read

ଆଜି ଠାରୁ ବିଧାନସଭା ରେ ଆରମ୍ଭ ହୋଇଛି ଶୀତ ଅଧିବେଶନ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି।

ଶୋକ ପ୍ରସ୍ତାବ ନେଇ ସମବେଦନା ଜଣାଇବା ପରେ ଗୃହରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଉତ୍ତର ରଖିବା ବେଳେ ବିରୋଧୀଙ୍କ ହୋହଲ୍ଲା କାରଣରୁ ଗୃହ ୧୨.୨୫ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ବିରୋଧୀଙ୍କ କନ୍ଧମାଳ ଆମ୍ବ ଟାକୁଆ ପ୍ରସଙ୍ଗରେ ବିଜେଡି ପ୍ରସଙ୍ଗ ଉଠାଇଥିଲା ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଥିଲା। ପରେ ଉକ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

Advertisement

Leave a Reply

Your email address will not be published. Required fields are marked *