Pratidin TV

Odisha's Digital News Platform

ସରୁଛି 2023,ଆଜି ବର୍ଷର ସବୁଠାରୁ ଛୋଟ ଦିନ ଆଉ ଲମ୍ବା ରାତି..

1 min read

ଆଜି ବର୍ଷର ସବୁଠାରୁ ଛୋଟ ଦିନ ,ଲମ୍ବା ରାତି ହେବ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧାରେ ଶୀତ ଋତୁର ଆଜି ପ୍ରଥମ ଦିନ ଚଳିତ ବର୍ଷ ଏହା ଡିସେମ୍ବର ୨୨ ଅର୍ଥାତ ଆଜି ପଡୁଛି । ଡିସେମ୍ବର ୨୧ କିମ୍ବା ୨୨ରୁ ଶୀତ ଋତୁ ଆରମ୍ଭ ହୋଇ ମାର୍ଚ୍ଚ ମାସରେ ଦିନ ଏବଂ ରାତି ପାଖାପାଖି ସମାନ ହୋଇଥାଏ ।
ସେହିପରି ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ ପାର୍ଥକ୍ୟ ଦେଖା ଦେଇଥାଏ । ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ନିଜ ଅକ୍ଷ ଚାରିପଟେ ବୁଲୁଛି । ଏହି କାରଣରୁ ସୂର୍ଯ୍ୟ ପ୍ରତିଦିନି ସମାନ ସ୍ଥାନରୁ ଉଦୟ ହୁଅନ୍ତି ନାହିଁ । ଭୁବନେଶ୍ୱର ପାଇଁ ୨୦୨୩ ଡିସେମ୍ବର ୨୨ ସବୁଠାରୁ ଛୋଟ ଦିନ ହେବ । ଏଠାରେ ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନଟ୍ ୨୪ ସେକେଣ୍ଡ ରହିବ । ସେହିଭଳି ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ ।ବର୍ଷ ୨୦୨୩ ଶେଷ ହେବାକୁ ଯାଉଛି । ଦୁଇ ଦିନ ପରେ ବଡ଼ଦିନ ଆସିବ । ବଡ଼ଦିନ ପୂର୍ବରୁ ଆଜିର ଦିନଟି ବର୍ଷର ସବୁଠାରୁ ଛୋଟ ଦିନ ରହିବ । ତେଣୁ ସୂର୍ଯ୍ୟଙ୍କ ଅବସ୍ଥିତି କମ୍‌ ରହିଛି । କୁହାଯାଏ ଯେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ଵା ହୁଏ । ମାର୍ଚ୍ଚ ମାସ ବସନ୍ତର ଆଗମନକୁ ସୂଚାଇଥାଏ, ଦିନ ଓ ରାତିର ଅବଧି ପାଖାପାଖ୍ ସମାନ ରହେ । ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୁତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ ।

Advertisement

Leave a Reply

Your email address will not be published. Required fields are marked *