Pratidin TV

Odisha's Digital News Platform

ଖୁଦୁରୁକୁଣୀରୁ ରାଗ ରଖି ଦୀପାବଳୀରେ ଘଟାଇଲେ ଜଘନ୍ୟ କାଣ୍ଡ, ଘରେ ପଶି ୧୪ଜଣଙ୍କୁ କରିଦେଲେ ଲହୁଲୁହାଣ..

କଟକ ଜିଲ୍ଲା ଆଠଗଡ ଥାନା ବଡ଼ ଭୂଇଁ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ଓ ଗୋଷ୍ଠୀ ସଂଘର୍ଷ । ସୂଚନା ଅନୁସାରେ ଖୁଦୁରୁକୁଣୀ ଭଷାଣୀ ରୁ ଗଣ୍ଡଗୋଳ ଆରମ୍ଭ ହୋଇଥିବା ବେଳେ ଦୀପାବଳି ତାର ଉଗ୍ରରୂପ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭୂଇଁ ପଞ୍ଚାୟତ ର ଦୀପାବଳି ଉତ୍ସବରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ ଟା ସମୟରେ ମଝିସାହିର ୨୦୦ ରୁ ଉର୍ଦ୍ଧ ବ୍ୟକ୍ତି ହାତରେ ବିଭିନ୍ନ ମାରଣାସ୍ତ୍ର ଢେଲାପଥର, ବୋମା ଧରି ଉପରସାହି ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଘରେ ପଶି ଭଙ୍ଗାରୁଜା କରିବା ସହିତ ଆକ୍ରମଣ କରିଥିଲେ । ଢେଲାପଥର ମାଡ଼ ମାରିବାରୁ ୪ ଟି ଘର ଭଙ୍ଗାରୁଜା ହୋଇ ଯାଇଥିବା ବେଳେ ଏଥିରେ ଚାରିଜଣ ଗୁରୁତର ହୋଇ ପଡିଛନ୍ତି । ଏଥିସହ ଦଶ ଜଣ ଆହାତ ହୋଇ ଥିବା ମଧ୍ୟ ଜଣା ପଡିଛି । ତେବେ ଗୁରୁତର ମାନଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ଲକ୍ଷ୍ମୀଧର ଜେନା ଜିତେନ୍ଦ୍ର ଜେନା ଜଳଧର ଜେନା ଏବଂ ପୁଷ୍ପଲତା ଜେନା । ତା ଭିତରୁ ଗୁରୁତର ଆହତ ଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମାନ ଗାଁ ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *