Pratidin TV

Odisha's Digital News Platform

କୋକେଇରେ ନାହିଁ ଶବ ହେଲେ ପାଖରେ ବସି କାନ୍ଧୁଛି ପରିବାର , ବିନା ମୃତଦେହରେ ହେଲା ଶବ ସତ୍କାର….

ଭଦ୍ରକ ; ଶବ ନାହିଁ କିନ୍ତୁ ଶବ ସତ୍କାର ପାଇଁ ଚାଲିଛି କୋକେଇ ବନ୍ଧା।ଶବ ନାହିଁ କିନ୍ତୁ ମଶାଣୀକୁ ଗଲା ବେଳେ ଶୁଭୁଛି ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ, ଶବ ନାହିଁ କିନ୍ତୁ କୋକେଇ ପାଖରେ ବସି କାନ୍ଦୁଛନ୍ତି ପରିବାର ଲୋକେ ।
ମିଛ କୋକେଇ ମିଛ ଶବ କିନ୍ତୁ ସତରେ ଚାଲିଛି ଶୁଦ୍ଧିକ୍ରିୟା ଓ କସା ଭାତ ରୋଷେଇ ଆଉ ତାହାପୁଣି ହିନ୍ଦୁ ରୀତି ନୀତି ଅନୁସାରେ । ତେବେ ଘଟଣା ଯେତିକି ଆଶ୍ଚର୍ଯ୍ୟ ସେତିକି ସମ୍ବେଦନଶୀଳ ମଧ୍ୟ ।ପରିବାର ମୁଖିଆ ଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇଛନ୍ତି ପରିବାର ବର୍ଗ। ତେବେ ଶବ ସତ୍କାର ପାଇଁ କୋକେଇ ରେ ବନ୍ଧା ହୋଇଥିବା ଶବ ବାସ୍ତବ ରେ ଶବ ନ ଥିଲା ସେ ଥିଲା ଶବର ପ୍ରତିଛବି ତଥା ନଡ଼ାରେ ତିଆରି କୁଶ ପୁତ୍ତଳିକା ।

ଦୀର୍ଘ ୨୦ ବର୍ଷ ତଳେ ତଥା ୨୦୦୪ ମସିହାରେ ଭଦ୍ରକ ଅସ୍ତଳ ନରିପୁର ଅଂଚଳ ର ଗଗନ ଦାସ ଙ୍କ ବାପା ବିଦ୍ୟାଧର ଦାସ ଘର ଛାଡ଼ି କୁଆଡେ ପଳାଇ ଯାଇ ଆଉ ଘରକୁ ଫେରି ନ ଥିଲେ। କିନ୍ତୁ ପରିବାର ବର୍ଗ ବହୁ ଖୋଜା ଖୋଜି କଲା ପରେ ବିଦ୍ୟାଧର ଙ୍କୁ ପାଇ ନ ଥିଲେ ଆଉ ତାଙ୍କ ଫେରିବା ବାଟକୁ ଚାହିଁ ତାଙ୍କ ପତ୍ନୀ ବିନୋଦିନୀ ଦାସ ଗତ ୨୦୧୩ ମସିହାରେ ପ୍ରାଣତ୍ୟାଗ କରିଥିଲେ । ତେବେ ଦୀର୍ଘ ୨୦ବର୍ଷ ଧରି ବିଦ୍ୟାଧର ଙ୍କ ଫେରିବା ବାଟକୁ ଅପେକ୍ଷା କଲାପରେ ଅନେକ ପଣ୍ଡିତ ଙ୍କ ସହ ସାକ୍ଷାତ ପରେ ଶେଷରେ ଯାଜପୁର ର ଜ୍ୟୋତିର୍ବିଦ ଙ୍କ ପରାମର୍ଶ କ୍ରମେ ବିଦ୍ୟାଧର ଙ୍କ ଶବ ସତ୍କାର ପାଇଁ ପରିବାର ଙ୍କ ତରଫରୁ ଆୟୋଜନ କରାଯାଇଥିଲା। ଗତକାଲି ଅର୍ଥାତ ଗୁରୁବାର ସାହି ପଡିଶା ଙ୍କ ସହ ପରିବାର ବର୍ଗ ଙ୍କ ଉପସ୍ଥିତି ରେ କୋକେଇରେ କୁଟାରେ କୁଶ ପୁତ୍ତଳିକା ତିଆରି କରି , ରାମ ନାମ ସତ୍ୟ ହେ,ହରି ନାମ ସତ୍ୟ ହେ ଓ ହରିବୋଲ ପକାଇ ସ୍ଥାନୀୟ ଗାନ୍ଧିପଡ଼ିଆ ସ୍ଥିତ ଶ୍ମଶାନ କୁ ନେଇ ହିନ୍ଦୁ ରୀତି ଅନୁସାରେ ଶବ ସତ୍କାର କରଯାଇଥିଲା। ତେବେ ଏଭଳି ଶବ ସତ୍କାର କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ବାପା ଙ୍କୁ ମୁଖାଗ୍ନୀ ଦେଇ ହିନ୍ଦୁ ରୀତିନୀତି ପରମ୍ପରା ଅନୁଯାୟୀ ଦଶାହ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ବୋଲି ପୁଅ ଗଗନ ଦାସ କହିଛନ୍ତି କହିଥିଲେ।

ଅନ୍ୟ ପଟେ ବିଦ୍ୟାଧର ଙ୍କ ବୟସ ୮୫ ବର୍ଷ ହୋଇଥିବାବେଳେ, ଘରକୁ ସେ ନ ଫେରିବାରୁ ବାଧ୍ୟ ହୋଇ ପଣ୍ଡିତ ଙ୍କ ପରାମର୍ଶ କ୍ରମେ ଏଭଳି ଶବ ସତ୍କାର କରାଯିବା ସହ ତାଙ୍କ ଆତ୍ମା ର ସଦଗତି ହେଉ ବୋଲି ଗ୍ରାମବାସୀ ତଥା ଅନ୍ତିମ ସଂସ୍କାର ରେ ଜଡିତ ଥିବା ଗ୍ରାମବାସୀ ସୁବାସ ପଢିଆରି କହିଛନ୍ତି । ତେବେ ଶେଷକୃତ୍ୟ ସମ୍ପନ୍ନ ର ଆଜି ଦ୍ୱିତୀୟ ଦିନ ଥିବାରୁ ହିନ୍ଦୁ ପରମ୍ପରା ଅନୁସାରେ କସା ଭାତ ରନ୍ଧାଯାଇ ଭାଇ ମାନଙ୍କୁ ପରସା ଯାଇଥିବା ଦେଖିବାକୁ ମିଳିଛି ।ତେବେ ନରିପୁର ରେ ଏଭଳି ଏକ ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଭାବବିହ୍ଵଳ କରିଛି ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *