Pratidin TV

Odisha's Digital News Platform

ବିନା ଫିଟନେସ୍‌ରେ ରାସ୍ତାରେ ଗଡି ପାରିବନି ଗାଡି , ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।

1 min read

ଏଣିକି ବିନା ଫିଟନେସ୍ ଓ ପଞ୍ଜିକରଣରେ ଚାଲୁଥିବା ଗାଡି ରାସ୍ତାରେ ଗଡି ପାରିବ ନାହିଁ । ଗାଡିର ଫିଟନେସକୁ ନେଇ କଡା ନିୟମ କରିଛି ଆରଟିଓ । ଯଦି ଗାଡିର ଫିଟନେସ ଓ ପଞ୍ଜିକରଣ ଅବଧି ସରିଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ଫିଟନେସ ନଥିବା ଗାଡିକୁ ଧରିବା ପାଇଁ ସାରା ରାଜ୍ୟରେ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ଫିଟନେସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯାଂଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ସମସ୍ତ ଉପ ପରିବହନ କମିଶନର ଓ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ବୈଧ ଫିଟନେସ ଓ ପଂଜୀକରଣ ସାର୍ଟିଫିକେଟ ନଥିବା ଯୋଗୁଁ ଧରାପଡନ୍ତି ତେବେ ସଂପୃକ୍ତ ଗାଡିକୁ ଜବତ କରାଯିବ ଓ ଇ-ଚାଲାଣ କରାଯିବ ।

Leave a Reply

Your email address will not be published. Required fields are marked *