Pratidin TV

Odisha's Digital News Platform

ଫୁଲ ସ୍ପିଡ୍‌ରେ ଆସି ମାଆ ସହ ୨ଝିଅଙ୍କ ଉପରେ ଚଢିଗଲା ବନ୍ଦେ ଭାରତ ଏକ୍ସପ୍ରେସ

ଥମିବା ବଦଳରେ ବାରମ୍ବାର ରକ୍ତର ହୋଲି ଖେଳୁଛି ଲୌହ ଦାନବ। ମା’ ଓ ଦୁଇ ଝିଅଙ୍କ ଉପରେ ଚଢ଼ିଗଲା ଏକ୍ସପ୍ରେସ ଟ୍ରେନ୍ । ଫଳରେ ଆଖି ପିଛୁଳାକେ ପୂରା ପରିବାର ଖଣ୍ଡ ବିଖଣ୍ଡିତ ହୋଇଯାଇଛନ୍ତି । ଏଭଳି ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ମେରଟ୍‌ରେ ଘଟିଛି । ରବିବାର ସନ୍ଧ୍ୟାରେ ମେରଟର କଙ୍କରଖେଡା ନିକଟସ୍ଥ କାସମପୁର ଫାଟକ ନିକଟରେ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଜଣେ ମହିଳା ଓ ୨ ଝିଅଙ୍କ ଉପରେ ମାଡି ଯାଇଛି । ଫଳରେ ଘଟଣାସ୍ଥଲରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ ମହିଳା ଓ ତାଙ୍କ ୨ ଝିଅ ରହିଛନ୍ତି ।

ନିୟମ ନ ମାନି ରେଳ ଫାଟକ ଅତିକ୍ରମ କରୁଥିବା ବେଳେ ଏହି ୩ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି । ଫାଟକରେ ଜଗୁଆଳି ଥିବା ବେଳେ କସମ୍‌ପୁର ରେଳ ଫାଟକ ବନ୍ଦ ରହିଥିଲା ସେତେବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଖଣ୍ଡବିଖଣ୍ଡିତ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।


ମିଳିଥିବା ସୂଚନା ମୁତାବକ, କଙ୍କରଖେଡା ନିବାସୀ ନରେଶ ଗୋଟାଏ ଠେଲା ଗାଡି ନେଇ ଯାଉଥିଲେ । ଠେଳା ଗାଡି ପଛରେ ବସିଥିଲେ ତାଙ୍କ ୪୦ ବର୍ଷୀୟ ସ୍ତ୍ରୀ ମୋନା, ୧୪ ବର୍ଷୀୟ ଝିଅ ମନୀଷା ଓ ୭ ବର୍ଷୀୟ ଝିଅ ଚାରୁ । କସମପୁର ଜଗୁଆଳି ଥିବା ରେଳ ଫାଟକ ବନ୍ଦ ଥିବାରୁ ନରେଶ ଫାଟକ ତଳବାଟେ ପ୍ରବେଶ କରି ରେଳ ଧାରଣା ଅତିକ୍ରମ କରୁଥିଲେ । ସେତିକି ବେଳେ ଟ୍ରାକ୍‌ରେ ଦ୍ରୃତଗତି ଆସୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଧକ୍କା ଦେଇଥିଲା । ଫଳରେ ଆଖିପିଛୁଳାକେ ୩ଜଣଙ୍କର ମୃତ୍ୟୁ ହେବା ସହ ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ବିଛାଡି ପଡିଥିଲା । ଫଳରେ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା । ଦୁର୍ଘଟଣା ସମୟରେ ଫାଟକ ବନ୍ଦ ଥିବା ବେଳେ ବନ୍ଦେ ଭାରତ ଟ୍ରେନ୍ ଆସିବା ପାଇଁ ସିଗ୍‌ନାଲ ଗ୍ରୀନ୍ ମଧ୍ୟ ଥିଲା । ତେବେ ଏଥିରେ ଲୋକ ପାଇଲଟଙ୍କ କୌଣସି ଦୋଷ ନ ଥିବା ବେଳେ ଗୋଟେ ପରିବାରର ୩ଜଣ ଜୀବନ ଚାଲିଯାଇଛି ।

Leave a Reply

Your email address will not be published. Required fields are marked *