Pratidin TV

Odisha's Digital News Platform

ସମସ୍ତଙ୍କୁ ଲୁଚାଇଥିଲେ ରବି କିଶାନ , ୨୮ ବର୍ଷ ପରେ ସାମ୍ନାକୁ ଆସିଲେ ସ୍ତ୍ରୀ ଓ ଝିଅ ..

1 min read

ନିର୍ବାଚନ ପୂର୍ବରୁ ଅଡୁଆରେ ବିଜେପି ସାଂସଦ ଭୋଜପୁରୀ ସୁପରଷ୍ଟାର ରବି କିଶନ । ଜଣେ ମହିଳା ରବି କିଶନଙ୍କ ନାମରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । କେବଳ ମହିଳା ନୁହେଁ ତାଙ୍କ ଝିଅ ମଧ୍ୟ ରବୀ କିଶନ ନାମରେ ସଂଗୀନ ଅଭିଯୋଗ କରିଛନ୍ତି । ଯାହାକି ଏବେ ଖବରର ଶିରୋନାମା ପାଲଟିଛି । ସୂଚନାନୁଯାୟୀ ଗୋରଖପୁରର ବିଜେପି ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ରବି କିଶନ ଶୁକ୍ଳାଙ୍କୁ ତାଙ୍କ ଝିଅର ପିତା ବୋଲି ଅଭିହିତ କରି ଅପର୍ଣ୍ଣା ଠାକୁର ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରବି କିଶନ ଶୁକ୍ଳା ତାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ବିବାହ ପରେ ସେ ଝିଅକୁ ଗ୍ରହଣ କରୁନାହାନ୍ତି ।

ଲକ୍ଷ୍ନୌରେ ନିଜ ଝିଅ ସହ ଉପସ୍ଥିତ ଅପର୍ଣ୍ଣା ଠାକୁର ସାଂସଦଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ମୋ ନାଁ ଅପର୍ଣ୍ଣା ଏବଂ ମୋ ଝିଅ ସାଂସଦ ତଥା ଅଭିନେତା ରବି କିଶନଙ୍କ ଝିଅ, ଯାହାକୁ ସେ ଗ୍ରହଣ କରୁନାହାନ୍ତି । ଆଉ ମୋ ଝିଅକୁ ଅଧିକାର ଦେବା ପାଇଁମୁଁ କୋର୍ଟର ଦ୍ୱାରସ୍ଥ ହେବି ବୋଲି ମଧ୍ୟ ଅପର୍ଣ୍ଣା ଚେତାବନୀ ଦେଇଛନ୍ତି । ନିଜ ଝିଅକୁ ଅଧିକାର ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ସହ କହିଛନ୍ତି, ମୋ ଝିଅକୁ ନ୍ୟାୟ ଦିଆଯାଉ ବୋଲି ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରୁଛି ।

ଅପର୍ଣ୍ଣା ଆହୁରି ମଧ୍ୟ କହିଛନ୍ତି ଯେ ସେ ରବି କିଶନଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁନାହାଁନ୍ତି, ତେଣୁ ସେ ପୋଲିସରେ ଅଭିଯୋଗ କରିନାହାଁନ୍ତି, କିନ୍ତୁ ସେ ତାଙ୍କ ଝିଅର ଅଧିକାର ପାଇଁ ଅଦାଲତ ଯିବେ । ଏପରିକି ମହିଳା ଜଣକ ରବି କିଶନଙ୍କ ସହ ତାଙ୍କ ବିବାହ ବିଷୟରେ ବିବରଣୀ ଦେଇ କହିଥିଲେ ଯେ ସେମାନେ ୧୯୯୬ରେ ମୁମ୍ବାଇର ମଲାଡରେ ବିବାହ କରିଥିଲେ । ସେ କହିଛନ୍ତି ଯେ ସେ କେବଳ ରବି କିଶନଙ୍କୁ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ କିମ୍ବା ତାଙ୍କ ଝିଅକୁ ତାଙ୍କର ଉଚିତ ପ୍ରାପ୍ୟ ଦେବାକୁ ଦାବି କରିବାକୁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *