Pratidin TV

Odisha's Digital News Platform

ସୋଫା ବନେଇଦେଲା ଲକ୍ଷପତି: ପୁରୁଣା ସୋଫା ଭିତରୁ ବାହାରିଲା ୨୮ ଲକ୍ଷ ଟଙ୍କା

ନୂଆଦିଲ୍ଳୀ: ଅନଲାଇନ୍ରେ ଏକ ସୋଫା ଅର୍ଡର କରିଥିଲେ ମହିଳା । ତାହା ପୁଣି ପୁରୁଣା ଅର୍ଥାତ୍ ପୂର୍ବରୁ ବ୍ୟବହୃତ । ଘରକୁ କିଣି ଆଣିବା ପରେ ବଦଳିଗଲା ମହିଳାଙ୍କ ଭାଗ୍ୟ । ସୋଫା ଭିତରୁ ବାହାରିଲା ୨୮ ଲକ୍ଷ ଟଙ୍କାର ନଗଦ ଟଙ୍କା । ଯାହାକୁ ଦେଖି ମହିଳାଜଣକ ଚକିତ ହୋଇଯାଇଥିଲେ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର କାଲିଫର୍ଣ୍ଣିଆରେ । ବିକ୍କି ଉମୋଡ୍ଡୁ ନାମକ ଜଣେ ମହିଳା ଘର ପାଇଁ ଅନଲାଇନ୍ ଜରିଆରେ ଫର୍ଣ୍ଣିଚର ଖୋଜୁଥିଲା । ଏକ ଓ୍ବେବସାଇଟ୍ରେ ସେ ଦୁଇଟି ସୋଫା ଏବଂ ଗୋଟିଏ ଚେୟାର ଦେଖିଥିଲେ ଯାହାକି ତାଙ୍କୁ ବେଶ୍ ପସନ୍ଦ ଆସିଥିଲା ଏବଂ ଦିଆଯାଇଥିବା ନମ୍ବର ସେ ମହିଳାଜଣଙ୍କ ଫୋନ କରିଥିଲେ ।
ସୋଫା ବିକ୍ରି କରୁଥିବା ବ୍ୟକ୍ତି ମାଗଣାରେ ଦେବାକୁ ରାଜି ହୋଇଯାଇଥିଲେ । କାରଣ ତାଙ୍କ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ସେଥିପାଇଁ ସେ କିଛି ସମ୍ପତ୍ତି ମାଗଣାରେ ଦେବା ପାଇଁ ରାଜି ହୋଇଯାଇଥିଲେ । ବିକ୍କି ଉମୋଡ୍ଡୁ ସେହି ସୋଫା ମାଗଣାରେ ପାଇଥିଲେ ଏବଂ ଖୁସିରେ ଘରକୁ ଆଣିଥିଲେ । ତେବେ କାଳେ କୌଣସି ଅସୁବିଧା ଥିବ ଭାବି ସେହି ସୋଫାକୁ ଯାଞ୍ଚ କରିଥିଲେ ବିକ୍କି । ଯାଞ୍ଚ ବେଳେ ତାଙ୍କୁ ଭିତରେ କିଛି ଥିବାଭଳି ଲାଗିଲା ।
ସୋଫାର ଚେନ୍ ଖୋଲିବା ପରେ ସେ ଯାହା ଦେଖିଥିଲେ ଚକିତ ହୋଇଯାଇଥିଲେ । ଭିତରେ ଏକ ବ୍ୟାଗରେ ଟଙ୍କା ବିଡା ଥିଲା । ଯେଉଁଥିରୁ ୨୮ ଲକ୍ଷ ଟଙ୍କା ବାହାରିଥିଲା । ଟଙ୍କା ମିଳିବା ପରେ ତୁରନ୍ତ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ଫୋନ୍ କରି ଜଣାଇଥିଲେ । ପରେ ସେମାନଙ୍କୁ ସମସ୍ତ ଟଙ୍କା ମଧ୍ୟ ଫେରସ୍ତ କରିଥିଲେ । ତେବେ ସେହି ସୋଫାରେ କିଏ ଏବଂ କାହିଁକି ଏତେ ପରିମାଣର ଟଙ୍କା ରଖିଥିଲା ତାହା କାହାରିକୁ ଜଣାନାହିଁ । ଟଙ୍କା ଫେରସ୍ତ ପାଇବା ପରେ ପରିବାର ଲୋକ ବିକ୍କି ଉମୋଡ୍ଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *