Pratidin TV

Odisha's Digital News Platform

ପ୍ରେମିକ ପାଇଁ ବନ୍ଧ ବାଡ଼ ଭାଙ୍ଗିଦେଲେ………ବିଦ୍ୟୁତ ଖୁଣ୍ଟି ଉପରେ ଚଢ଼ିଗଲେ ୩ ଛୁଆଙ୍କ ମା

1 min read

ପ୍ରେମ କରିଦିଏ ଅନ୍ଧ | ପ୍ରେମ ପାଇଁ ସମୁଦ୍ର ପାରି କରି ଦିଅନ୍ତି ପ୍ରେମୀ | କିଛି ଏପରି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାରେ ଦେଖିବାକୁ ମିଳିଛି | ମହିଳା ଜଣକ ନିଜ ପ୍ରେମିକ ପାଇଁ ଚଢ଼ିଯାଇଥିଲେ ବିଦ୍ୟୁତ ଖୁଣ୍ଟ ଉପରେ | ପଡୋଶୀ ପ୍ରେମରେ ପାଗଳ ହୋଇ ହାଇ ଭୋଲଟେଜ ଡ୍ରାମା କରିଥିଲେ ମହିଳା ଜଣକ | ଶୁଣିଲେ ହେବେ ଚକିତ | ମହିଳା ଜଣକ ପୂର୍ବରୁ ବିବାହିତ |ଏବଂ ୩ଟି ସନ୍ତାନର ମା | ତଥାପି ଥିଲା ତାଙ୍କର ୭ ବର୍ଷର ଅନ୍ୟତ୍ର ପ୍ରେମ ସମ୍ପର୍କ | ସ୍ୱାମୀ ଜାଣିବା ପରେ ଏହାକୁ କରିଥିଲେ ମନା | ଏଥିରେ ଉତ୍ୟକ୍ତ ହୋଇ ମହିଳା ଜଣକ ଏପରି କାଣ୍ଡ ଘଟାଇଛନ୍ତି |

ତେବେ ସୂଚନା ଅନୁସାରେ, ପଡୋଶୀ ଗାଁର ଜଣେ ଯୁବକଙ୍କ ସହ ମହିଳା ଜଣଙ୍କର ୭ ବର୍ଷ ଧରି ଅନୈତିକ ସମ୍ପର୍କ ଥିଲା | ଏହାକୁ ସ୍ୱାମୀ କରିଥିଲେ ବିରୋଧ | ତେଣୁ ଏପରି ବହୁତ ଥର ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଏପରିକି ଗୋଟଟେ ମାସ ପୂର୍ବରୁ କୋଠାର ପ୍ରଥମ ମହଲରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ | ଏହା ଅଭିଯୋଗ ମଧ୍ୟ ହୋଇଥିଲା | ଏହାପୂର୍ବରୁ ରେଳ ଟ୍ରାକରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ |

Advertisement

ଏହି ଘଟଣା ଗୁଡିକ ପରେ ନିକଟରେ ମହିଳା ଜଣକ ଏକ ହୈ ଭୋଲଟେଜ ଇଲେକ୍ଟ୍ରିକ୍ ତାରରେ ବନ୍ଧା ହୋଇଥିବା ଏକ ଇଲେକ୍ଟ୍ରିକ୍ ପୋଲ ଉପରକୁ ଚଢିଥିବର ଦେଖିବାକୁ ମିଳିଥିଲା ଏବଂ ଏହାର ଭିଡ଼ିଓ ମଧ୍ୟ କରାଯାଇଥିଲା । ଘଟଣାର ଭିଡିଓ ଅନଲାଇନରେ ଏବେ ବେଶ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ମହିଳା ଜଣକ ପୋଲରୁ ଓହ୍ଲାଇବାକୁ ମନା କରୁଥିବାବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମନାଇବା ସହ ତଳକୁ ଓହ୍ଲାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଖବର ଅନୁଯାୟୀ ସ୍ୱାମୀ, ସ୍ତ୍ରୀ ଏବଂ ପ୍ରେମିକ ମଧ୍ୟରେ ଆପୋଷ ବୁଝାମଣା ଆଣିବାକୁ ପୋଲିସ ଚେଷ୍ଟା କରୁଛି।

ତେବେ ପୋଲିସ ଅଧିକାରୀଙ୍କ କହିବାନୁସାରେ , ନିଜ ପ୍ରେମିକଙ୍କୁ ଘରେ ସାଙ୍ଗରେ ରଖିବା ପାଇଁ ସ୍ୱାମୀଙ୍କ ଆଗରେ ଦାବି କରିଥିଲେ ମହିଳା। ସେ ଘରର ଦେଖାରେଖାରେ ସାହାଯ୍ୟ କରିବ ବୋଲି ମହିଳା କହିଥିଲେ। କିନ୍ତୁ ଏଥିରେ ରାଜି ହୋଇନଥିଲେ ସ୍ୱାମୀ। ଏହାକୁ ସେ ବିରୋଧ କରି ବାହାରକୁ ଚାଲି ଯାଇଥିଲେ। ଏବଂ ଏପରି ନିଜ ଦାବି ପୁରା କରିବା ପାଇଁ କାଣ୍ଡ ଭିଆଇ ଥିଲେ | ପରେ ଘଟଣା ବିଷୟରେ ଜାଣିବା ପରେ ପୁଲିସ ଓ ବିଦ୍ୟୁତ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ମହିଳାଙ୍କୁ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *