ଡାକ୍ତର ଆଶ୍ଚର୍ଯ୍ୟ ! ନିଜେ ଭ୍ୟାକ୍ସିନ ତିଆରି କରି ମହିଳା ହେଲେ କ୍ୟାନ୍ସର ରୁ ମୁକ୍ତ..
1 min readକ୍ୟାନ୍ସର ଏପରି ଏକ ମାରାତ୍ମକ ରୋଗ l ଯାହାର ନିରାକରଣ ଏଯାଏଁ ପାଇନାହାନ୍ତି ବୈଜ୍ଞାନିକ l ବୈଜ୍ଞାନିକମାନେ ଏହାର ଉପଶମ ଖୋଜୁଛନ୍ତି। କେତେକ ପଦ୍ଧତି ଦ୍ୱାରା କର୍କଟ ରୋଗକୁ ରୋକାଯାଇପାରିବ, କିନ୍ତୁ ଏହାର ଚିକିତ୍ସାରେ ସମ୍ପୂର୍ଣ୍ଣ ସଫଳତା ହାସଲ କରାଯାଇ ନାହିଁ | ତେବେ ଏହି ସମୟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ମହିଳା କ୍ୟାନ୍ସର ର ଷ୍ଟେଜ 3 ଅବସ୍ଥାରେ ଥାଇ ମଧ୍ୟ ନିଜ ଦ୍ୱାରା ନିର୍ମିତ ଭ୍ୟାକସିନ ରେ କ୍ୟାନ୍ସର କୁ ମଧ୍ୟ ହରାଇ ଦେଲେ l ଉକ୍ତ ମହିଳା ଙ୍କ ନାମ ହେଉଛି ବିଟା ହଲାସି l
୪୯ ବର୍ଷୀୟା ହଲାସି କହିଛନ୍ତି ମାଷ୍ଟେକ୍ଟୋମୀ ରେ ପ୍ରଭାବିତ ହେବା ପରେ ସେ ଦ୍ୱିତୀତ ଥର ଷ୍ଟେଜ 3 ବ୍ରେଷ୍ଟ କ୍ୟାନ୍ସର ରେ ପୀଡିତ ହୋଇଥିଲେ l ସେ ପୁନର୍ବାର କେମୋଥେରାପି ନେବାକୁ ପ୍ରସ୍ତୁତ ହୋଇପାରୁ ନଥିଲେ l ସେଥିପାଇଁ ସଂକ୍ରାମକ ରୋଗ ଅନୁସନ୍ଧାନ ରେ ଜଣେ ବିଶେଷଜ୍ଞ ଭାବରେ ବଡ଼ ନିଷ୍ପତି ନେଇଥିଲେ l ଏବଂ ସିଧା ସଳଖ ଭାବରେ ନିଜ ଟ୍ୟୁମର ରେ ଗୋଟିଏ ଭ୍ୟାକସିନ ଈଂଜେକ୍ଟ କଲେ, ଯାହା ତାଙ୍କୁ କାମ କରିଗଲା l
ମହିଳା ରିସର୍ଚର ଙ୍କ ମତରେ , ଭ୍ୟାକସିନ ର ଏହି ଡୋଜ କୁ ସେ ସାଧାରଣ କୋଲଡ ଫ୍ଲୁ ଭଳି ରୋଗ ଜନକ ଙ୍କ ସହିତ ମିଶି ଗୋଟିଏ ପାୱାର ଫୁଲ ସଟ ପ୍ରସ୍ତୁତ କରିଥିଲେ l ଯାହାକି ଟ୍ୟୁମର କୁ ଟାର୍ଗେଟ କରିଥିଲା ଏବଂ କ୍ୟାନ୍ସର କୋଷିକା ସହିତ ଲଢ଼ି ତାହାର ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥିଲା l ସେ କହିଛନ୍ତି ଯେ ଗତ ୪ ବର୍ଷ ରେ କ୍ୟାନ୍ସର ମୁକ୍ତ ଅଛନ୍ତି lବିଟା ହାଲାସି ଭ୍ୟାକ୍ସିନ୍ 2024 ପତ୍ରିକାରେ ତାଙ୍କର ଅନୁସନ୍ଧାନର ଫଳାଫଳ ପ୍ରକାଶ କରିଥିଲେ ଏବଂ ଲେଖିଥିଲେ – ‘ଏହି ଅଣପାରମ୍ପରିକ ଚିକିତ୍ସାର ଫଳାଫଳ ଲାଭଦାୟକ ଥିଲା ଏବଂ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିଲା। ଏହି କାରଣରୁ, ଟ୍ୟୁମରର ଆକାର ଯଥେଷ୍ଟ ହ୍ରାସ ପାଇଲା ଏବଂ ବେସ୍ ଲାଇନ୍ ତୁଳନାରେ, ତଳେ ଥିବା ମାଂସପେଶୀ ଏବଂ ଉପର ଚର୍ମ ସହିତ କୌଣସି ସ୍ପର୍ଶ ନଥିଲା | ଯାହା ଅତି ସହଜରେ ଅପସାରିତ ହୋଇଥିଲା |