Pratidin TV

Odisha's Digital News Platform

ଲର୍ଜରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା କରାଯାଇଥିବା ସନ୍ଦେହ…

ବ୍ରହ୍ମପୁର: ଲଜରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମୃତ ମହିଳା ଜଣଙ୍କ ହେଉଛନ୍ତି କେରଳର ବାସିନ୍ଦା ଅବଦୁଲ ପରିପଲିସ । ବ୍ରହ୍ମପୁର ର ନୁଆଁ ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲ ରୁମ ରୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୂଚନା ମୁତାବକ ମହିଳା ଜଣକ ଗତ ନଭେମ୍ବର ୧୯ ତାରିଖ ରେ ମହିଳା ଜଣ ଙ୍କ ନିଜ ସ୍ୱାମୀଙ୍କ ସହିତ ବ୍ରହ୍ମପୁର ମେଡିକାଲକୁ କୈାଣସି କାମରେ ଆସିଥିବା ବେଳେ ଏହି ଲଜରେ ରହିଥିଲେ । ଗତକାଲି ସକାଳେ ଲଜ କର୍ମଚାରୀ ସଫେଇ ପାଇଁ କବାଟ ବାଡେଇବାରୁ କେହି ଶୁଣିନଥିଲେ । ପରେ ପୋଲିସକୁ ଖବର ଦିଆଯାଇଥିଲା । ତେବେ ଆଜି ସକାଳୁ ହୋଟେଲ ରୁମରେ ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ କରିଛି ବ୍ରହ୍ମପୁର ପୋଲିସ । ହେଲେ ମହିଳାଙ୍କୁ ସହ ସବାମୀ ଆସିଥିବା ବେଳେ ଘଟଣା ସ୍ଥଳରୁ ସେ ଫେରାର ଅଛି । ତେବେ କେମିତି ଓ କେଉଁ ପରିସ୍ଥିତି ରେ ମହିଳାଙ୍କ ମୃତ ହୋଇଛି ନାଁ ତାଙ୍କୁ ହତ୍ୟା କରାଯାଇଛି,ସେ ନେଇ ସନ୍ଦେହ ବଢିଛି । ଏନେଇ ହୋଟେଲ କତୃପକ୍ଷ ପୋଲିସ କୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *