Pratidin TV

Odisha's Digital News Platform

ମୋବାଇଲ ପାଇଁ ବିଷ ପିଇଲେ ସ୍ତ୍ରୀ,ଏବେ ଗୁରୁତର ଅବସ୍ଥାରେ ସ୍ୱାମୀ

1 min read

ମାଲକାନାଗିରି : ଆଜିକାଲିର ମର୍ଡନ ସୋସାଇଟିରେ ମୋବାଇଲ ଏକ ଅତ୍ୟାବଶ୍ୟକୀୟ ବା ଅବିଚ୍ଛେଦ ଅଙ୍ଗ ହୋଇପଡିଛି । ମୋବାଇଲ ବିନା ବର୍ତ୍ତମାନ ମଣିଷର ଦିନ ରାତି ହେଉନାହିଁ । ଏମିତିକି ଲୋକମାନେ ଆଗଭଳି କିଛି ପର୍ବପର୍ବାଣୀକୁ କ୍ୟାଲେଣ୍ଡର ବା ପାଞ୍ଜିରେ ଦେଖିବା ବଦଳରେ ବର୍ତ୍ତମାନ ମୋବାଇଲରେ ଦେଖୁଛନ୍ତି । ପର୍ବପର୍ବାଣୀ ସହ ଦିନବାର,ତାରିଖ ମଧ୍ୟ ମୋବାଇଲ ଦେଖିବା ପରେ ହିଁ ଜାଣୁଛି ମଣିଷ । ମଣିଷ ମୋବାଇଲକୁ ଉର୍ଦ୍ଭାବନା କରିଥିଲା । କିନ୍ତୁ ବର୍ତ୍ତମାନ ମୋବାଇଲ ମଣିଷକୁ ନିୟନ୍ତ୍ରଣ କରୁଛି । ଏହି ମୋବାଇଲର ବହୁଳ ବ୍ୟବହାର ଦ୍ୱାରା ରାଜ୍ୟ ବା ଦେଶରେ ବର୍ତ୍ତମାନ ସମୟରେ ଅନେକ ପ୍ରେମ, ପ୍ରତାରଣା ଏବଂ ଆତ୍ମହତ୍ୟା ଭଳି ଜଘନ୍ୟ ଘଟଣା ଘଟିଯାଉଛି । ତେବେ ଏହି ମୋବାଇଲକୁ ନେଇ ହିଁ ମାଲକାନାଗିରି ଏମଭି-୧୪ ଗାଁରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ ମୋବାଇଲଟେ ପାଇଁ ଜୀବନ ହାରିଦେଇଛି ଜଣେ ମହିଳା ।

ସୂଚନା ଅନୁଯାୟୀ ପ୍ରାୟ ଦେଢ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ମାଲକାନାଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୧୪ ଗାଁର ଜ୍ୟୋତି ଓ କହ୍ନାଇ । ତେବେ ଗତ କିଛିଦିନ ପୂର୍ବରୁ ଏକ ଦାମୀ ମୋବାଇଲଟେ ପାଇଁ ସ୍ୱାମୀ ନିକଟରେ ଜିଦ୍ କରିଥିଲେ ସ୍ତ୍ରୀ । ଏନେଇ କହ୍ନେଇ ,ସ୍ତ୍ରୀ ଜ୍ୟୋତିର ମନ ରଖିବା ପାଇଁ ଫାଇନ୍ସରେ ଏକ ମୋବାଇଲ ଆଣିଥିଲା । ଏବଂ ଏହି ଫାଇନ୍ସାସ କଥା ସ୍ତ୍ରୀଠୁ ଲୁଚାଇଥିଲା । ତେବେ ମୋବାଇଲର କିସ୍ତି ଟଙ୍କା ସମ୍ପୂର୍ଣ୍ଣଭାବେ ସୁଝିବା ପରେ ଏକ ଫାଇନାଲ ଦସ୍ତଖତ ପାଇଁ ଫାଇନାନ୍ସର ଜଣେ କର୍ମଚାରୀ ତାଙ୍କ ଘରକୁ ଆସିବାରୁ ଜ୍ୟୋତି ଏସବୁ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ମହାଭାରତ । ଏହାଭିତରେ ସ୍ୱାମୀର ଏହି ସାମ୍ୟନ କଥାକୁ ଲୁଚାଇବା ନେଇ ସନ୍ଦେହ କରିଥିଲା ସ୍ତ୍ରୀ । କେବଳ ଏହି ଫାଇନାନ୍ସ କଥା ଲୁଚାଇଛ, ନା ଏଭଳି ଆହୁରି ଅନେକ କଥା ମଧ୍ୟ ଲୁଚାଇଛ ବୋଲି ପଚାରିଥିଲା ସ୍ତ୍ରୀ ଜ୍ୟୋତି । ଏହାପରେ ସ୍ୱାମୀ କହ୍ନେଇ ଜେତେ ସଫେଇ ଦେଇଥିଲେ ମଧ୍ୟ ତାକୁ ବିଶ୍ୱାସ କରୋପାରିନଥିଲା ଜ୍ୟୋତି । ଶେଷରେ ସ୍ୱାମୀ ଆଗରେ ବିଷ ପିଇଦେଇଥିଲା ସ୍ତ୍ରୀ ।

ସ୍ତ୍ରୀର ଆଖିଆଗରେ ଏଭଳି କାର୍ଯ୍ୟକରିବାରୁ ସହିପାରିନଥିଲେ କହ୍ନେଇ । ସେହିଠାରେ ହିଁ ବେହୋସ ହୋଇପଡିଥିଲେ ସ୍ୱାମୀ । ପଡୋଶୀମାନେ ଗୁରୁତର ଅବସ୍ଥାରେ ଜ୍ୟୋତି ଏବଂ କହ୍ନେଇଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିନ୍ତୁ ଶେଷରେ ସ୍ତ୍ରୀ ଜ୍ୟୋତି ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ ସ୍ୱାମୀ କହ୍ନେଇ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ସୂଚନାପାଇ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଏକ ମୋବାଇଲରୁ ଆଜି ଏକ ହସ ଖୁସିର ସଂସାର ଭାଙ୍ଗି ଯାଇଛି । ସାମାନ୍ୟ ବୁଝାବଣା ଅଭାବରୁ ବହୁ ପରିବାରର ହସ ଖୁସି ଉଜୁଡି ଯାଉଛି । ତେବେ ଆମ ସମାଜ ଏବଂ ଏହାର ଲୋକେ ଯେତେ ଆଧୁନିକତା ଆଡକୁ ଆକର୍ଷିତ ହେଉଛନ୍ତି , ସେତେମାତ୍ରାରେ ବାସ୍ତବତାଠାରୁ ଦୂରେଇ ଅବାସ୍ତବ/ସ୍ୱପ୍ନର ଦୁନିଆରେ ବଞ୍ଚୁଛନ୍ତି । ଯାହାର ଫଳସ୍ୱରୂପ ସମାଜରେ ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *