Pratidin TV

Odisha's Digital News Platform

ବାସନ ଧୋଇବାକୁ ଯାଇଥିଲେ , ପୋଖରୀରେ ବୁଡି ମହିଳା ମୃତ …

ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ । ବାସନ ଧୋଇବାକୁ ଯାଇ ଚାଲିଗଲା ମହିଳାଙ୍କ ଜୀବନ । ବାଲେଶ୍ୱର ସଦର ଥାନା ଗୋପୀନାଥପୁର ପଞ୍ଚାୟତ ନିଳଦା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ପାଣିରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକ ହେଲେ ପ୍ରଦୀପ ମିଶ୍ରଙ୍କ ସ୍ତ୍ରୀ କନିକା ମିଶ୍ର । ସେ ଆଜି ସକାଳ ସମୟରେ ବାସନ ଧୋଇବା ପାଇଁ ପୋଖରୀକୁ ଯାଇଥିଲେ ।

ହେଲେ ଗୋଡ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ସଦର ବିଧାୟକ ସ୍ୱରୁପ କୁମାର ଦାସ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶୋକ ସନ୍ତୋପ ପରିବାରବର୍ଗଙ୍କୁ ଭେଟି ଶାନ୍ତ୍ୱନା ଦେବା ସହ ସମବେଦନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *