Pratidin TV

Odisha's Digital News Platform

ଗାଧଉ ନଥିଲେ ସ୍ୱାମୀ , କୋର୍ଟରେ ଛାଡ଼ପତ୍ର ଆବେଦନ କଲା ସ୍ତ୍ରୀ …

 ଦୈନଦିନ ଜୀବନରେ କିଛି ଏଭଳି କାର୍ଯ୍ୟ ଅଛି ଯାହା ଆମକୁ ନିତ୍ୟ କରିବାକୁ ପଡିଥାଏ । ଉଦାହରଣ ସ୍ୱରୂପ ସକାଳୁ ଉଠି ଫ୍ରେଶ ହବା, ଗାଧୋଇବା, ଜଳଖିଆ ଖାଇବା ଇତ୍ୟାଦି । ଏହା ସେଇ ସବୁ କାର୍ଯ୍ୟ ଯାହା ଆମେ ବହୁତ ବର୍ଷ ହେଲା କରି ଆସୁଛେ । ଆମେ ପ୍ରତ୍ୟକ ଦିନ ଗାଧୋଇଥାଉ । ଏହା ଦ୍ଵାରା ଆମେ ସ୍ବଚ୍ଛ ଓ ବହୁତ କିଛି ରୋଗରୁ ବଞ୍ଚିଥାଉ । ସେଥିପାଇଁ ଗାଧୋଇବା ବହୁତ ଆବଶ୍ୟକ । ଯଦି ଆପଣଙ୍କୁ କେହି କୁହେ ଆପଣ ଠିକ ଭାବରେ ଗାଧଉ ନାହାନ୍ତି ତେବେ ଆପଣ ବିଶ୍ବାସ କରିବେନି ହେଲେ ଏବେ ସେହି ଗାଧୋଇବାକୁ ନେଇ ଦାମ୍ପତ୍ୟ ଜୀବନରେ ଉଠିଛି ଝଡ଼ । ଘଟଣା ଏତେ ବଢିଯାଇଛି ଯେ ସ୍ତ୍ରୀ ସ୍ବାମିଙ୍କୁ ଛାଡ଼ପତ୍ର ଦେବାକୁ ମଧ୍ୟ ପଛାଉ ନାଁହାନ୍ତି । ଉତ୍ତର ପ୍ରଦେଶର ଜଣେ ନବବିବାହିତା ମହିଳା ଛାଡ଼ପତ୍ର ଆବେଦନ କରିଛନ୍ତି।

  କାରଣ ତାଙ୍କ ସ୍ୱାମୀ ଗାଧଉ ନଥିବାରୁ ସେ ଛାଡ଼ପତ୍ର ଦେବାକୁ ଚାହୁଁଥିବା ଆବେଦନରେ ଉଲ୍ଲେଖ କରିଛନ୍ତି। ମହିଳାଙ୍କ କହିବାନୁସାରେ, ସେ ୪୦ ଦିନ ପୂର୍ବେ ବିବାହ କରିଥିଲେ। ମାତ୍ର ତାଙ୍କ ସ୍ୱାମୀ ଏହି ଦିନ ମଧ୍ୟରେ ମାତ୍ର ଥରେ କିମ୍ବା ଦୁଇଥର ଗାଧୋଇଛନ୍ତି।ସେ ଏପରି ନିୟମିତ ଭାବେ କରି ଆସୁଛନ୍ତି, ଯାହା ଫଳରେ ତାଙ୍କ ଶରୀରରୁ ଦୁର୍ଗନ୍ଧ ଆସେ। ତେଣୁ ସେ ତାଙ୍କ ସହ ରହିପାରିବେ ନାହିଁ ବୋଲି କହିଛନ୍ତି। ଏନେଇ ସେ ଆଗ୍ରାସ୍ଥିତ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ମହିଳା ଜଣକ ଆବେଦନରେ ଆହୁରି କହିଛନ୍ତି ଯେ, ତାଙ୍କ ସ୍ୱାମୀ ମାସରେ ମାତ୍ର ଥରେ କିମ୍ବା ଦୁଇ ଥର ଗାଧାନ୍ତି।

ସେ ଜିଦ୍ କରିବାରୁ ୬ ଥର ଗାଧୋଇଥିଲେ। ନହେଲେ ଅନ୍ୟ ସମୟରେ ଗଙ୍ଗାପାଣି ଛିଞ୍ଚି ହୋଇପଡ଼ନ୍ତି। ରିପୋର୍ଟ ଅନୁସାରେ, ଏହି କାରଣକୁ ନେଇ ମହିଳା ଜଣକ ବାପଘରକୁ ମଧ୍ୟ ପଳାଇଥିଲେ। ପରବର୍ତ୍ତୀ ସମୟରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଛାଡ଼ପତ୍ର ଆବେଦନ କରିଛନ୍ତି। ଏହାପରେ ପୁଲିସ ହସ୍ତକ୍ଷେପ ପରେ ମହିଳାଙ୍କ ସ୍ୱାମୀ ନିୟମିତ ଗାଧୋଇବାକୁ ରାଜି ହୋଇଥିଲେ। ତଥାପି ମହିଳା ଜଣକ ତାଙ୍କ ସହ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତେବେ ଆଗକୁ ଏହି ଘଟଣା କି ମୋଡ଼ ନେବ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *