Pratidin TV

Odisha's Digital News Platform

କୋଲକାତା ପରେ ଢେଙ୍କାନାଳ ରେ ଲଜ୍ଜା , ଗିରଫ ହେଲା ପଞ୍ଚମ ଅଭିଯୁକ୍ତ , ଏବେ DNA ଖୋଲିବ ପ୍ରକୃତ ସତ …

1 min read

ଏବେ ରହସ୍ୟ ଖୋଲିବ DNA ଟେଷ୍ଟ ରିପୋର୍ଟ  l  କୋଲକାତା ଲଜ୍ଜାକୁ ନେଇ  ଆଜି ସାରାଦେଶରେ ଆନ୍ଦୋଳନର ନିଆଁ ଜଳୁଛି l  ତେବେ ଏହାରି ମଧ୍ୟରେ ଢେଙ୍କାନାଳ ରେ ପୁଣି ପୁନବୃତ୍ତି ହୋଇଛି ସେହିପରି ଘଟଣା  l ଦିନେ କି ଦୁଇଦିନ ନୁହେଁ କିମ୍ବା ଜଣେ କି ଦୁଇଜଣ ନୁହଁନ୍ତି, ଦୀର୍ଘ ମାସାଧିକ କାଳ ୭ ଯୁବକ ଜଣେ ଅସହାୟ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁର୍ଷ୍କମ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଏହି ଘଟଣାରେ ପଞ୍ଚମ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ । NHRC ରେ ଅଭିଯୋଗ ପରେ ପୋଲିସ ନିଷ୍କ୍ରିୟତାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏଵଂ SP ଙ୍କ ମାଧ୍ୟମରେ DGP ଙ୍କୁ 13 ଦଫା ଦାବି ପତ୍ରଦେଇଛନ୍ତି l ଢ଼େଙ୍କାନାଳ ମହୁଲ ପୁଞ୍ଜି ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ 5ମ ଅଭିଯୁକ୍ତ କାତିଆ ମହାରଣା ଗିରଫ ହୋଇଛି l

NHRC ରେ ଅଭିଯୋଗ ପରେ ପୋଲିସ ନିଷ୍କ୍ରିୟତାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏଵଂ SP ଙ୍କ ମାଧ୍ୟମରେ DGP ଙ୍କୁ 13 ଦଫା ଦାବି ପତ୍ରଦେଇଛନ୍ତି l ସଂପୃକ୍ତ ପୋଲିସ୍ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟା ନୁଷ୍ଠାନ ଦାବି ହୋଇଛି l  ସେହିପରି ରାଜ୍ୟ ମହିଳା କମିଶନର ଡ ମିନତି ବେହେରା ପୀଡ଼ିତା ଙ୍କ ଗାଁ ଘର ବୁଲି ଆସି ସଖୀ କେନ୍ଦ୍ରରେ ପିଡିତାଙ୍କୁ ଭେଟିଥିଲେ l ପରେ ସେ SP ଅଫିସ ଆସିଥିଲେ ଅତିରିକ୍ତ ଏସପିଙ୍କୁ 15 ଦିନ ଭିତରେ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଅତିରିକ୍ତ ଏସପି ଘଟଣାକୁ ଗୁରୁତ୍ଵ ଦେଇ 5 ଜଣଙ୍କୁ ଗିରଫ କରିଛି ଓ ଅନ୍ୟ ଜଣଙ୍କୁବି ଗିରଫ କରାଯିବୋଲି  କହୁଛନ୍ତି lପ୍ରକାଶ ଥାଉକି, ପୀଡିତାଙ୍କ ବାପା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ନିଜ ଶ୍ୱଶୁର ଘରେ ରହିଆସୁଥିଲେ । ମାତ୍ର ପୀଡିତାଙ୍କ ମା’ଙ୍କ ପରଲୋକ ପରେ ସମ୍ପର୍କୀୟଙ୍କ ସହ ଜମିବାଡି ବିବାଦକୁ ନେଇ ତାଙ୍କର ମାନସିକ ସମସ୍ୟା ଦେଖାଯାଇଥିଲା । ଏହାର ସୁଯୋଗରେ ସମ୍ପର୍କୀୟମାନେ ତାଙ୍କର ଘରବାଡ଼ି ଓ ଜମିଜମା ହଡପ କରିନେଇଥବା ବେଳେ ଉଭୟ ବାପ-ଝିଅ ଗାଁର ଏକ ପରିତ୍ୟକ୍ତ ପରିତ୍ୟକ୍ତ ଅଙ୍ଗନୱାଡି କେନ୍ଦ୍ରର ଏକ ଭଙ୍ଗା କୋଠରୀରେ ଆଶ୍ରୟ ନେଇଥିଲେ । ମାନସିକ ଭିନ୍ନକ୍ଷମ ବାପା ଓ ଯୁବତୀଙ୍କର ଅସହାୟତାର ସୁଯୋଗ ନେଇ ଅଭିଯୁକ୍ତମାନେ ଏହି ଅମାନବୀୟ କାଣ୍ଡ ଘଟଣାଇବାକୁ ପଛାଇନଥିଲେ ।

Leave a Reply

Your email address will not be published. Required fields are marked *