Pratidin TV

Odisha's Digital News Platform

ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ ! ଏକାଥରେ ମହିଳା ଜନ୍ମ କଲେ ୬ ସନ୍ତାନ ..

1 min read

FILE - A pregnant woman stands for a portrait in Dallas, Thursday, May 18, 2023. On Friday, Aug. 4, 2023, U.S. health officials approved the first pill, Zurzuvae, specifically intended to treat severe depression after childbirth, a condition that affects thousands of new mothers in the U.S. each year. (AP Photo/LM Otero, File)

ଏକାଥରେ ମହିଳା ଜନ୍ମଦେଲେ ଗୋଟିଏ କି ଦୁଇଟି ନୁହେଁ ୬ଟି ଶିଶୁ । ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ପାକିସ୍ତାନର ରାୱଲପିଣ୍ଡି ଜିଲ୍ଲାର ଏକ ଅଞ୍ଚଳରୁ ସାମ୍ନାକୁ ଆସିଛି । ସେଠାରେ ଥିବା ଜିଲ୍ଲା ଡାକ୍ତରଖାନାରେ ଜଣେ ମହିଳା ଥରକରେ ୬ଟି ସନ୍ତାନ ଜନ୍ମ ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କ ସମେତ ସମସ୍ତ ନବଜାତ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଅସହ୍ୟ ପ୍ରସବ ଯନ୍ତ୍ରଣା କାରଣରୁ ଗର୍ଭବତୀ ମହିଳାଙ୍କୁ ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଦୀର୍ଘ ସମୟ ଧରି ଅପରେସନ୍ କରାଯିବା ପରେ, ମହିଳା ୬ଟି ସନ୍ତାନ ଜନ୍ମ ଦେଇଥିଲେ । ବର୍ତ୍ତମାନ ସମସ୍ତ ପିଲା ସୁସ୍ଥ ଅଛନ୍ତି । ନବଜାତ ଶିଶୁଙ୍କ ମଧ୍ୟରେ ୪ ପୁଅ ଏବଂ ୨ ଝିଅ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ନବଜାତ ଶିଶୁମାନଙ୍କୁ ଆଇସିୟୁରେ ରଖାଯାଇ ମନିଟରିଂ କରାଯାଉଛି । ସୂଚନାନୁଯାୟୀ ହାଜାରା କଲୋନୀର ବାସିନ୍ଦା ୱାହିଦ୍ ଗୁରୁବାର ଦିନ ନିଜ ପତ୍ନୀ ଜେନାତଙ୍କୁ ପ୍ରସବ ପାଇଁ ରାୱଲପିଣ୍ଡି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଚେକଅପ୍ କରି କହିଥିଲେ ଯେ, ମହିଳାଙ୍କ ପେଟରେ ୬ଟି ପିଲା ରହିଛି । ଶୁକ୍ରବାର ଦିନ ଦୀର୍ଘ ସମୟ ଧରି ଅପରେସନ୍ କରାଯାଇଥିଲା । ମହିଳାଙ୍କ ପେଟରୁ ଗୋଟିଏ ପରେ ଗୋଟିଏ କରି ୬ଟି ପିଲା ପ୍ରସବ କରାଯାଇଥିଲା । ପ୍ରତ୍ୟେକ ଶିଶୁର ଓଜନ ୨ ପାଉଣ୍ଡରୁ କମ୍ ଥିଲା ।ସଫଳ ଅସ୍ତ୍ରୋପଚାର ପରେ ଡାକ୍ତର କହିଛନ୍ତି ଯେ, ଏହା କୌଣସି ସାଧାରଣ ପ୍ରସବ ନଥିଲା ।

Advertisement

ଏହି ପ୍ରସବ କରାଇବା କଠିନ କାର୍ଯ୍ୟ ଥିଲା । ସନ୍ତାନ ଜନ୍ମ କରିବା ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ସ୍ୱାଭାବିକ ହୋଇଥିଲା । ମାଆ ଏବଂ ସମସ୍ତ ଶିଶୁ ସୁସ୍ଥ ଥିବା ଜାଣି ଡାକ୍ତର ଏବଂ କର୍ମଚାରୀମାନେ ବହୁତ ଖୁସି ପ୍ରକାଶ କରିଛନ୍ତି । ଡାକ୍ତର କହିଛନ୍ତି, ଭଗବାନଙ୍କ ଦୟାରୁ ମାଆ ଏବଂ ପିଲାମାନେ ଠିକ୍ ଅଛନ୍ତି । ରିପୋର୍ଟ ଅନୁଯାୟୀ ପ୍ରାୟ ୪.୭ ବିଲିୟନ ମହିଳାଙ୍କ ମଧ୍ୟରୁ ଜଣଙ୍କ ପେଟରେ ଏପରି ସେକ୍ସଟପ୍ଲେଟ୍ ସ୍ଥିତି ଉପୁଜେ । ଏହା ଏକ ଜଟିଳ ପ୍ରକ୍ରିୟା ।

Leave a Reply

Your email address will not be published. Required fields are marked *