Pratidin TV

Odisha's Digital News Platform

ମା’ର ବଳିଦାନ ଅତୁଳନୀୟ : ପୁଅ କଲେଜ୍ ଫିସ୍ ଭରିବା ପାଇଁ ବସ୍ ଆଗକୁ ଡେଇଁପଡିଲା ….

ତାମିଲନାଡୁ : ମା’ ଶବ୍ଧରେ ହିଁ ଭରିରହିଛି ଅତୂଳନୀୟ ସ୍ନେହ ମମତା । କଥା ଯେତେବେଳେ ତା ଛୁଆ ଉପରକୁ ଆସିଯାଏ ସେ ବନିଯାଏ ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା । ନିଜ ପୁଅ ଝିଅଙ୍କ ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇଯାଏ । ଆଜି କଳିଯୁଗରେ ସାମାନ୍ୟ ଟଙ୍କା ପାଇଁ କୁନି କୁନି ଛୁଆଙ୍କୁ ଯେଉଁଠି ମା ବିକ୍ରି କରିଦେଉଛି । ସେଇଠି ଏଇ ମା ବଳିଦାନ ଲୋକଙ୍କ ଆଖିକୁ ଦୁଃଖରେ ଭିଜାଇଦେଇଛି । ଆଜ୍ଞା ହଁ ଜଣେ ମା ଯେ ତା ଛୁଆ ପାଇଁ ମୃତ୍ୟୁକୁ ବି କୋଳେଇ ନିଏ ତାହା ସାରା ବିଶ୍ୱ ବାସୀଙ୍କୁ ସ୍ତବ୍ଧ କରିପକାଇଛି । ନିଜ ପୁଅର ପାଠ ପଢା ଫିସ୍ ନଭରିପାରିବାରୁ ଶେଷରେ ସରକାର କ୍ଷତିପୂରଣ ଦେବେ ଭାବି ବସ୍ ସାମ୍ନାକୁ ଡେଇଁ ଜୀବନ ହାରିଛି ମା । ସତରେ କଣ କହିବା ଆମେ ଏମିତି ଜନ୍ମଦାତ୍ରୀକୁ କାହା ସହ ତୁଳନା କରିବା ସତରେ ସେ ଅତୁଳନୀୟ , ତା ପାଇଁ ଶବ୍ଧବି କମ୍ ପଡିବ । ନିଜ ପୁଅକୁ ମଣିଷ କରିବା ପାଇଁ ଶେଷରେ ନିଜ ଜୀବନର ବଳିଦାନ ଦେଇଦେଲା ଏଇ ମା । ଏଭଳି ଏକ ଘଟଣା ତାମିଲନାଡୁର ସାଲେମର ଅଞ୍ଚଳରୁ ଆସିଛି ।

ପୁଅର କଲେଜ ଫି ଦେବାକୁ କ୍ଷତିପୂରଣ ପାଇବା ପାଇଁ ଜଣେ ୪୫ ବର୍ଷ ବୟସ୍କା ମହିଳା ଚଳନ୍ତା ବସ୍ ଆଗରେ ଡେଇଁପଡିଥିଲେ। ସାଲେମର କଲେକ୍ଟର କାର୍ଯ୍ୟଳୟରେ ପରିମଳ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ପାପାଥୀଙ୍କ ତାମିଲନାଡୁ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବା ପାଇଁ ଚଳନ୍ତା ବସ୍ ଆଗରେ ଡେଇଁପଡିଥିଲେ। ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ପାପାଥୀ ଗତ ୧୫ ବର୍ଷ ଧରି ନିଜ ପିଲାମାନଙ୍କୁ ଏକାକୀ ବଢାଇଥିଲେ । ଅର୍ଥ ଅଭାବ ଆଉ ଗରିବୀର ଛାଟ ଭିତରେଦୁଇ ପୁଅଙ୍କୁ ଧରି ଜୀବନ ବିତାଉଥିବା ପାପାଥୀ ଦରମା ଯେତିକି ସେତିକିରେ ପିଲାର କଲେଜ ଫିସ୍ ଭରିବାକୁ ଅସମର୍ଥ ଥିଲେ । ଏନେଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ପୋଲିସ ସୂତ୍ର ଅନୁଯାୟୀ, ଜୁନ୍ ୨୮ ରେ ପାପାଥୀ ଏକ ବସ୍ ଆଗରେ ଡେଇଁବାକୁ ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଦୁଇ ଚକିଆ ଯାନ ଧକ୍କା ଦେଇଥିଲା। କିଛି ସମୟ ପରେ, ସେ ଏକ ରାସ୍ତା ପାର ହୋଇ ଅନ୍ୟ ବସ୍ ଆଗକୁ ଡେଇଁ ପଡିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବଂ ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତରୁ ଜଣାପଡିଛି ଯେ ପାପାଥୀଙ୍କୁ ଏଭଳି କରିବାକୁ କେହି ଜଣେ ବର୍ତ୍ତାଇଥିଲେ । ଦୁର୍ଘଟଣାରେ ଯଦି ତାଙ୍କ ଜୀବନ ଚାଲିଯିବ ତେବେ ତାଙ୍କ ମୃତ୍ୟୁ ପାଇଁ ପୁଅକୁ ଟଙ୍କା ମିଳିବ ଆଉ ସେ କଲେଜ୍ ଫିସ୍ ଭରି ଆଗକୁ ପଢିପାରିବ । ଶେଷରେ ନିଜ ପୁଅ ଭବିଷ୍ୟତ ପାଇଁ ପାପାଥୀ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *