ପୃଥିବୀର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ମହିଳା , ମୃତ୍ୟୁ ପୂର୍ବରୁ ଏକମାତ୍ର ଇଛା ଥିଲା ..
1 min readନୂଆଦିଲ୍ଲୀ : ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ । ମୃତ୍ୟୁ ବେଳକୁ ହୋଇଥିଲା ୧୧୮ ବର୍ଷ । ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଂଟ ନନ ଲୁସିଲ ରାଣ୍ଡନଙ୍କର ଦେହାନ୍ତ ହୋଇଛି । ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଣ୍ଡନଙ୍କ ମୁଖପାତ୍ର ଡେଭିଡ ଟାଭେଲା କହିଛନ୍ତି ଯେ ମଙ୍ଗଳବାର ଦିନ ରାତି ୨ ଟାରେ ତାଙ୍କର ଦେହାନ୍ତ ହୋଇଛି ଏବଂ ତାଙ୍କ ପ୍ରିୟଜନମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ତଥାପି, ରାଣ୍ଡନଙ୍କର ଏକମାତ୍ର ଇଚ୍ଛା ଥିଲା ତାଙ୍କ ପ୍ରିୟ ଭାଇଙ୍କୁ ଭେଟିଥାନ୍ତେ । ଟୁଲନର ମେୟର ହୁବର୍ଟ ଫାଲକୋ ଟୁଇଟରରେ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ସେ ଲେଖିଛନ୍ତି, ମଙ୍ଗଳବାର ରାତିରେ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଦେହାନ୍ତ ହୋଇଛି । ସୂଚନାଯୋଗ୍ୟ,ଗତ ବର୍ଷ ଜାପାନର ବିଶ୍ୱର ବୟସ୍କ ବ୍ୟକ୍ତି କେନ ତାନାକାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ତାନାକାଙ୍କ ମୃତ୍ୟୁ ପରେ, ୧୧୮ ବର୍ଷୀୟ ଲୁସିଲ ରାଣ୍ଡନ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଥିଲେ ।