Pratidin TV

Odisha's Digital News Platform

ରାଗରେ ମହିଳାଙ୍କୁ ଖଣ୍ଡ ଖଣ୍ଡ କରିଦେଲେ ସ୍ୱାମୀ,ପୁଅ ଏବଂ ଜ୍ୱାଇଁ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

1 min read


ଉତ୍ତରପ୍ରଦେଶ: ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା । ଅନୈତିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାରୁ ମହିଳାଙ୍କର ମୁଣ୍ଡରୁ ଶରୀରକୁ ଅଲଗା କରିଦେଲେ ନିଜ ସମ୍ପର୍କୀୟ । ତା ସହ ହାତରୁ ଆଙ୍ଗୁଠି ଗୁଡିକ ମଧ୍ୟ କାଟି ଦିଆଯାଇଛି । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏପରି ଲୋମହର୍ଷଣକାରୀ ଘଟଣା । ଆଉ ମୃତ ମହିଳା ଜଣକ ହେଉଛନ୍ତି ମାୟା ଦେବୀ । ମୃତ ମହିଳାଙ୍କୁ ତାଙ୍କର ଦ୍ୱିତୀୟ ସ୍ୱାମୀ, ସାବତ ପୁଅ ଏବଂ ଜ୍ୱାଇଁ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିବା କୁହାଯାଇଛି । ତେବେ ଏହି ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କୁହାଯାଇଛିଜ ଯେ ମହିଳା ଜଣଙ୍କ କୁଆଡେ ଦ୍ୱତୀୟ ବିବାହ କରିଥିଲେ । ଆଉ ତାଙ୍କର ଦୁଇଟି ସାବତ ପୁଅ ମଧ୍ୟ ଥିଲେ । ହେଲେ ସେମାନଙ୍କୁ ବାରମ୍ବାର ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ଏହାକୁ ସହଜରେ ଗ୍ରହଣ କରିନଥିଲେ ସ୍ୱାମୀ । ଆଉ ଶେଷରେ ରାଗିଯାଇ ଯୋଜନା ବଦ୍ଧ ଭାବେ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ଯେଉଁଥରେ ମହିଳା ଜଣକ ପ୍ରାଣ ହରାଇଥିଲେ ।

ସୂଚନା ମୁତାବିକ ମୃତ ମହିଳା ଜଣକ ଉତ୍ତରପ୍ରଦେଶର ଛତ୍ରପୁରର ପହରାର ବାସିନ୍ଦା ଥିଲେ । ୨୭ ସେପ୍ଟେମ୍ବରରେ ଚାମରାଠାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏକ ପୋଲିସ ଟିମ୍ ଏହି ଘଟଣାର ତଦନ୍ତ କରୁଥିଲେ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମାୟା ଦୁଇଥର ବିବାହ କରିଥିଲେ, ସେ ତାଙ୍କ ଦ୍ୱିତୀୟ ସ୍ୱାମୀ ରାଜକୁମାରଙ୍କ ସହ ରହୁଥିଲେ । ଦ୍ୱିତୀୟ ସ୍ୱାମୀଙ୍କର ପୂର୍ବରୁ ଦୁଇଟି ପୁଅ ଥିଲେ । ସେପଟେ ମହିଳାଙ୍କ ଦ୍ୱୀତୀୟ ସ୍ୱାମୀ ରାଜକୁମାର ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ପୁଅ ସୁରଜ ପ୍ରକାଶଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏଥି ସହିତ, ସେ ତାଙ୍କ ଦ୍ୱିତୀୟ ପୁଅ ବ୍ରିଜେଶଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଆଉ ସେ ରାଜି ନହେବାରୁ ତାଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯିବ ବୋଲି ଧମକ ଦେଇଥିଲେ । ଏଥିରେ ରାଗିଯାଇ ସମସ୍ତେ ମିଶି ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ସେ ସ୍ୱୀକାର କରିଛନ୍ତି । ସେପଟେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସ୍ୱାମୀ ରାମକୁମାର, ଦୁଇ ସାବତ ପୁଅ ସୁରଜ ପ୍ରକାଶ ଏବଂ ଜ୍ୱାଇଁ ଉଦୟବାନ୍ ମହିଳାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଥିଲେ । ଆଉ ସେଠାରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ଏହା ପରେ ପରିଚୟ ଲୁଚାଇବା ପାଇ ତାଙ୍କ ଶରୀରରୁ ମୁଣ୍ଡ ଏବଂ ଆଙ୍ଗୁଠି କାଟି ଦିଆଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *