Pratidin TV

Odisha's Digital News Platform

ବାରମ୍ବାର ବାପ ଘରକୁ ଯାଉଥିଲା ସ୍ତ୍ରୀ, ସ୍ବାମୀକୁ ଛାଡ଼ପତ୍ର ଅନୁମତୀ ଦେଲେ ହାଇକୋର୍ଟ

1 min read

ବିବାହିତ ମହିଳାଙ୍କୁ ନେଇ ଏକ ବଡ଼ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ | ଯଦି ସ୍ୱାମୀଙ୍କର କୌଣସି ଦୋଷ ନଥାଇ ଜଣେ ମହିଳା ବାରମ୍ବାର ବାପଘରକୁ ଯାନ୍ତି | ତେବେ ଜଣେ ସ୍ୱାମୀ ଏହି କାରଣ ଦର୍ଶାଇ ସ୍ତ୍ରୀକୁ ଦେଇପାରିବେ ଛାଡ଼ପତ୍ର |

ତେବେ ଏକ ଦମ୍ପତିଙ୍କ ଛାଡ଼ପତ୍ର ମାମଲାରେ ଏପରି କିଛି ରାୟ ଦେଇଛି ଦିଲ୍ଲୀ ହାଇକୋର୍ଟ | ସ୍ତ୍ରୀ ବାରମ୍ବାର ବାପଘରକୁ ଚାଲିଯାଉଥିବାରୁ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ କୋର୍ଟରେ ଆବେଦନ କରିଥିଲା ସ୍ୱାମୀ | ଓ ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ପ୍ରକାଶ କରିଛନ୍ତି | ଦିଲ୍ଲୀ ହାଇକୋର୍ଟର ଏକ ନିଷ୍ପତିରେ କହିଛନ୍ତି ସ୍ତ୍ରୀ ସ୍ୱାମୀଙ୍କ ଘର ବାରମ୍ଵାର ଛାଡି ବାପଘରକୁ ଯିବା ଏକ ମାନସିକ ନିର୍ଯାତନା ଅଟେ | ଓ ଏହା ଏକ ଛାଡ଼[ପତ୍ରର କାରଣ ବୋଲି ଦିଲ୍ଲୀ ହାଇକୋର୍ଟ ବିଚାରପତି କହିଛନ୍ତି | ତେବେ ସ୍ୱାମୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କୁ ୭ ଥର ଛାଡି ବାପଘରକୁ ପଳାଇଛନ୍ତି | ଏହି ମାମଲା ପ୍ରଥମେ ପରିବାର କୋର୍ଟକୁ ଯାଇଥିଲା | ଯେଉଁଠାରେ କୋର୍ଟ ତାଙ୍କୁ ଛାଡପତ୍ର ଦେବାକୁ ସିଧା ସଳଖ ଭାବେ ମନା କରିଦେଇଥିଲା |

Advertisement

ପରେ ହାଇକୋର୍ଟ ଜଷ୍ଟିସ ନିନା ବଂଶଲ କୃଷ୍ଣନ ଜାଣିବାକୁ ପାଇଥିଲେ ଯେ, ଉଭୟଙ୍କ ବିବାହକୁ ୧୯ ବର୍ଷ ପୁରିଛି | ଯେଉଁଥିରେ ୩ ରୁ ୧0 ମାସ ମଧ୍ୟରେ ସେମାନେ ୭ ଥର ଅଲଗା ହେବାକୁ କରିଛନ୍ତି ଚେଷ୍ଟା | କୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଥିଲା ଯେ, ସ୍ତ୍ରୀଙ୍କୁ ବୈବାହିକ ସମ୍ପର୍କ ରଖିବାକୁ କୌଣସି ଉଦ୍ଦେଶ୍ୟ ନାହିଁ | ସ୍ୱାମୀ ଘରକୁ ଫେରିବା ପାଇଁ ସ୍ତ୍ରୀ କୌଣସି ଉଦ୍ୟମ ମଧ୍ୟ କରିନାହାନ୍ତି | ତେବେ ହାଇକୋର୍ଟ ବେଞ୍ଚ କହିଛନ୍ତି ଯେ, ସସ୍ତ୍ରୀ ଜଣକ ବାରମ୍ବାର ତାଙ୍କ ସ୍ୱାମୀକୁ ଛାଡି ନିଜ ବାପା ଘରକୁ ଯାଉଥିଲେ | ଯାହାଫଳରେ ଏଥିରେ ସ୍ୱାମୀଙ୍କର ନଥିଲା କୌଣସି ଭୁଲ | ସେମାନେ ୧୯ ବର୍ଷ ଏକାଠି ରହିଥିବା ପରେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା | ଶେଷରେ କୋର୍ଟ ସେମାନଙ୍କୁ ଛାଡ଼ପତ୍ର ପାଇଁ ଅନୁମତି ଦେଇଛି |

Leave a Reply

Your email address will not be published. Required fields are marked *