ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ…..ଲହୁରେ ଶେଷ କଲା ପ୍ରେମ କାହାଣୀ
1 min readଦେଶରେ ବଢିଚାଲିଛି ଲିଭ୍ଇନ୍ ପାର୍ଟନରଙ୍କୁ ହତ୍ୟା କରିବା ମାମଲା। ପୁଣି ଠାରେ ଏଭଳି ମାମଲା ସାମ୍ନାକୁ ଆସିଛି | ନିଜ ପ୍ରେମିକକୁ ନିର୍ମମ ଭାବେ ହାୟ କରିବା ପରେ ମୃତଦେହକୁ ଅଲମାରୀରେ ରଖି ଫେରାର ହୋଇଯାଇଛି ପ୍ରେମିକ | ଏଭଳି ଅଭାବନୀୟ ଘଟଣା ଦେଶର ରାଜଧାନୀ ଦିଲ୍ଲୀ ଦ୍ୱାରକ ଜିଲ୍ଲରା ଡାବରୀ ଥାନା ଅଞ୍ଚଳରେ ଘଟିଛି |
ତେବେ ୨୬ ବର୍ଷୀୟ ରୁଖସାର ରାଜପୁତଙ୍କ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ଏକ ଫ୍ଲାଟରେ ଭଡାରେ ରୁଖସାର ରାଜପୁତ ଓ ବିପଲ ଟେଲର ନାମକ ଦମ୍ପତି ପ୍ରାୟ ଦେଢ଼ ମାସ ହେଲ ଲିଭ୍ଇନ୍ରେ ରହୁଥିଲେ। ଏବଂ ତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ବିପଲ ତାଙ୍କୁ ମାଡ ମାରୁଥିବା ରୁଖସାର ଶେଷ ଥର ପାଇଁ ଫୋନ୍ କରି କହିଥିଲେ। ଏପରିକି ସେ ତାଙ୍କୁ ହତ୍ୟା କରିପାରେ ବୋଲି ମଧ୍ୟ ରୁଖସର ଆଶଙ୍କା ପ୍ରକଟ କରିଥିଲେ।
ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଏବଂ ପୋଲିସ ସୂଚନା ପାଇଥିଲା ଯେ, ବୁଧବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଝିଅକୁ ତାଙ୍କ ଲିଭ୍ ଇନ୍ ପାର୍ଟନର ହତ୍ୟା କରିଥିବା ନେଇ ବାପା ମୁସ୍ତକିନ୍ ଅଭିଯୋଗ କରିଥିଲେ। ଏହାରେ ପୁଲିସର ଏକ ଟିମ୍ ବିପଳ ଓ ରୁଖସାର ରହୁଥିବା ଫ୍ଲାଟରେ ପହଞ୍ଚି ଝାନଭିନ୍ କରିଥିଲା। ଏହି ସମୟରେ ଆଲମାରୀ ଭିତରୁ ରୁଖସାରଙ୍କ ମୃତଦେହ ମିଳିଥିଲା |
ପୋଲିସ ମୃତଦେହ ଉଦ୍ଧାର କରିବା ପରେ ଡ଼ିଡ଼ିୟୁ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପଠାଇଥିଲା | ବର୍ତ୍ତମାନ ପୋଲିସ ଯାଞ୍ଚ କରିବା ସହ ଫ୍ଲାଟରେ ଲାଗିଥିବା ସିସିଟିଭି ଫୁଟେଜ ଚେକ କରୁଛି | ତେବେ ତଦନ୍ତ ସମୟରେ ବିପୁଳ ଗୁଜୁରାଟ ସୁରଟର ବାସିନ୍ଦା ବୋଲି ଜଣାପଡିଛି