Pratidin TV

Odisha's Digital News Platform

ଆବାସ ଯୋଜନା ଘର ଭାଙ୍ଗିଦେଲେ , ଏବେ କେଉଁଠି ମୁଣ୍ଡ ଗୁଞ୍ଜିବୁ ……

ଆନନ୍ଦପୁର ; କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲ ଅଧିନସ୍ଥ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ ବେଳେ ଜଣେ ମହିଳା ବିଷ ପିଇ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ଗ୍ରାମର ରଂଜନ କୁମାର ଧଳ ନାମକ ଜଣେ ବ୍ୟକ୍ତି ଦୀର୍ଘ ୪୦ବର୍ଷ ହେଲା ଗ୍ରାମରେ ଥିବା ଏକ ସରକାରୀ ଜମି ଉପରେ ବାସଗୃହ ନିର୍ମାଣ କରି ରହିଆସୁଥିଲେ।

ସରକାରଙ୍କ ପକ୍ଷରୁ ସେହି ସ୍ଥାନରେ ଏକ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ। ସେହି ଗ୍ରାମର ପ୍ରେମଲତା ନାୟକ ନାମକ ଜଣେ ମହିଳା ଏନେଇ ଜବର ଦଖଲ ଉଛେଦ ପାଇଁ ହାଇକୋର୍ଟ ରେ ଏକ ମାମଲା ରୁଜୁ କରିଥିଲେ। ମାନ୍ୟବର କୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ଅତିରିକ୍ତ ତହସିଲଦାର , ନନ୍ଦିପଦା ଥାନା ଆଇ ଆଇ ସି ରବୀନ୍ଦ୍ର କୁମାର ପାତ୍ର ପ୍ରମୁଖ ସଶସ୍ତ୍ର ପୋଲିସ ଫୋର୍ସ ସହ ଜଳସରପୁର ଗ୍ରାମରେ ପହଞ୍ଚି ଜବରଦଖଲ ହଟାଇବାକୁ ଯିବାବେଳେ ରଞ୍ଜନ ଙ୍କ ପରିବାର ଲୋକେ ବିରୋଧ କରିଥିଲେ।

ଏପରିକି ରଞ୍ଜନ ଡାକ୍ତରଖାନା ରେ ଭର୍ତି ହୋଇଥିବାରୁ ତାଙ୍କ ପତ୍ନୀ କନକ ଘର ନ ଭାଙ୍ଗିବାକୁ କାକୁତି ମିନତୀ କରିଥିଲେ ବି ଅଧିକାରୀ ମାନେ ଶୁଣି ନ ଥିଲେ। ଏଥିରେ ମର୍ମାହତ ହୋଇ କନକ ଲତା ଘରେଥିବା କୀଟନାଶକ ପିଇ ଦେଇଥିଲେ। ପୁଲିସ ତୁରନ୍ତ କନକ କୁ ଶଳଣିଆ ମେଡିକାଲ ରେ ଭର୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *