Pratidin TV

Odisha's Digital News Platform

ସ୍ୱାମୀସ୍ତ୍ରୀ ଝଗଡାରେ ବଳିପଡିଗଲେ ୪ଛୁଆ; ତାଭିତରେ ରହିଥିଲା ୭ମାସର କୁନିପୁଅ

1 min read

ହାଇଦ୍ରାବାଦ: ମାଆ ସାଜିଲା ନୃସଂଶ । ରାଗରେ ଛୁଆଙ୍କୁ ନେଇ କେନାଲରେ ଫିଙ୍ଗିଦେଲା । ସେପୁଣି ଗୋଟେ ନୁହେଁ ୪ଟା ଛୁଆଙ୍କୁ ନେଇ ଫିଙ୍ଗିଦେଲା । ପାରିବାରିକ କଳହର ଏ ହେଉଛି କରୁଣ ପରିଣତି । ଜଣେ ଜନ୍ମଗଲା ମାଆ ତା ଛୁଆଙ୍କ ସହ କିଭଳି ଏପରି କରିପାରିବ ।ତେବେ ସ୍ୱାମୀ ସ୍ତ୍ରୀ ଙ୍କ କଳିରେ ବଳି ପଡିଗଲେ ନିରୀହ ଛୁଆ । ଶନିବାର ଦିନ ତେଲେଙ୍ଗାନାର ନାଗର କୁର୍ନୋଲ ଜିଲ୍ଲାରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ଏ ଘଟଣା ଜଣା ପହଇବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଲୋକେ । କେନାଲରୁ ୩ଜଣ ଛୁଆଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ୭ମାସ ଶିଶୁପୁତ୍ର ଏଯାଏଁ ନିଖୋଜ ଅଛି । ତେବେ ସ୍ଥାନୀୟ ଲୋକଙ୍କ ଦୌଡି ଯାଇ ପାଣିରୁ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ସୂଚନା ମୁତାବକ , ତେଲେଙ୍ଗାନା ର ମାଙ୍ଗାନୁର ଗାଁର ସର୍ବାନନ୍ଦ ଲଳିତା ନାମକ ମହିଳାଙ୍କୁ ୮ବର୍ଷ ପୂର୍ବେ ବିବାହ କରିଥିଲେ । ଏବଂ ସେମାନଙ୍କ ୪ଜଣ ଛୁଆ ଥିଲେ । ୩ଝିଅ ଥିବା ବେଳେ ଏକ ୭ମାସ ପୁଅଟି ଥିଲା । ଛୁଅପିଲାଙ୍କ ନେଇ ସ୍ୱାମୀ ସ୍ତ୍ରୀ ହସଖୁସିରେ ଦିନ କଟୁଥିଲା । କିନ୍ତୁ କିଛି ଦିନ ତଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି କଥାକୁ ନେଇ ଝଗଡା ଆରମ୍ଭ ହୋଇଥିଲେ । ତେବେ କଥାର ସମାଧାନ ହେବା ବଦଳରେ ଦିନକୁ ଦିନ ଏହା ଆହୁରି ଉଗ୍ର ରୂପ ନେଇଥିଲା । ଶେଷରେ ସ୍ତ୍ରୀ ୪ଛୁଆଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ଥାନାରୁ ଫେରିବା ପରେ ଛୁଆଙ୍କୁ ପ୍ରଥମେ ପାଣି ଫିଙ୍ଗି ନିଜେ ମଧ୍ୟ ଡେଇଁ ପଡିଥିଲେ । ତେବେ ଏହା ଦେଖି ସେଠାରେ ଥିବା ଲୋକମାନେ ଦୌଡି ଆଓି ମହିଳାଙ୍କୁ ପାଣିରୁ ଉଦ୍ଧାର କରିଥିଲେ ହେଲେ ୪ଛୁଆଙ୍କୁ ବଞ୍ଚାଇ ପାରିନଥିଲେ । ପାଣିରୁ ୩ଜଣ ଛୁଆଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଶିଶୁପୁତ୍ର ଏଯାଏଁ କୌଣସି ପତ୍ତା ମିଳି ନାହିଁ । ଏଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଛୁଅଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହିଁନ୍ତି ମହିଳାଙ୍କ ଶାଶୁଘର ଲୋକେ । ଏନେଇ ପରିବାର ପକ୍ଷରୁ ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *