Pratidin TV

Odisha's Digital News Platform

ହନିମୁନ୍‌ ପାଇଁ ଗୋଆ ବଦଳରେ ସ୍ତ୍ରୀକୁ ଅଯୋଧ୍ୟା ନେଇଗଲା ସ୍ୱାମୀ , ପରେ ସ୍ତ୍ରୀ ଦେଇଦେଲା ଛାଡ଼ପତ୍ର …

1 min read

ରାମଧ୍ୱନି ରେ ପ୍ରକମ୍ପିତ ହେଉଛି ସାରାଦେଶ । ଯୁଆଡେ ଶୁଣିବ ସିଆଡେ ଶୁଭୁଛି ରାମ ରାମ । ଆଜି ସାରା ଦେଶବାସୀ ରାମ ଭକ୍ତିରେ ଲୀନ । ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା ସରିବା ପରେ ଏବେ ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି । ରାମଲଲାଙ୍କ ଦର୍ଶନ ପାଇଁ ସମସ୍ତେ ନିଜର କାମ ଛାଡି ଅଯୋଧ୍ୟା ଯାଉଛନ୍ତି । ହେଲେ ସେହି ଅଯୋଧ୍ୟା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଛାଡପତ୍ର ହୋଇଛି । କାରଣ ସ୍ୱାମୀ ହନିମୁନ୍ ରେ ଗୋଆ କହି ସ୍ତ୍ରୀ କୁ ଅଯୋଧ୍ୟା ନେଇଯାଇଥିଲେ ।

ବାସ୍ ଏହି ଗୋଟିଏ କାରଣ ପାଇଁ ସ୍ତ୍ରୀ ସାତଜନ୍ମର ବନ୍ଧନକୁ ଭାଙ୍ଗି ସ୍ୱାମୀକୁ ଛାଡପତ୍ର ଦେଇଛନ୍ତି । ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ପିପଲାନି ଅଞ୍ଚଳରେ । ଏଠାକାର ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । ହନିମୁନ୍‌ରେ ଗୋଆ ନେବାକୁ କହି ତାଙ୍କୁ ତାଙ୍କ ସ୍ୱାମୀ ଅଯୋଧ୍ୟା-ବାରଣସୀ ନେଇଗଲେ । ସ୍ୱାମୀ ପୂର୍ବରୁ ଦେଇଥିବା ପ୍ରତିଶୃତି ରଖିଲେ ନାହିଁ । ଏଥିପାଇଁ ସେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିବା କହିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

ଏହି ଦମ୍ପତି ୨୦୨୩ ଅଗଷ୍ଟରେ ବିବାହ କରିଥିଲେ । ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାର୍ଯ୍ୟ କରୁଛନ୍ତି , ଏବଂ ଭଲ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି । ତେଣୁ ହନିମୁନ୍ ପାଇଁ ବିଦେଶ ଯିବା ତାଙ୍କ ପାଇଁ କୌଣସି ବଡ଼ କଥା ନୁହେଁ, ହେଲେ ତାଙ୍କ ସ୍ୱାମୀ ବିଦେଶ ଯିବାକୁ ମନା କରିଦେଇଥିଲେ । ତେଣୁ ସେ ଭାରତୀୟ ସ୍ଥାନକୁ ବୁଲିବାକୁ ଯିବାକୁ କହିଥିଲେ ।

ପତ୍ନୀଙ୍କ ସହମତିକ୍ରମେ ଉଭୟ ସ୍ୱାମୀ-ସ୍ତ୍ରୀ ଗୋଆ ଓ ଦକ୍ଷିଣ ଭାରତ ଯିବାର ଯୋଜନା ସ୍ଥିର ହୋଇଥିଲା । ହେଲେ ପରେ ସେ ଅଯୋଧ୍ୟା ଓ ବନାରସ ଯିବା ପାଇଁ ଟିକେଟ ବୁକ୍ କରିଥିଲେ । ଭ୍ରମଣର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ସ୍ତ୍ରୀଙ୍କୁ ପରିବର୍ତ୍ତିତ ଯାତ୍ରା ଯୋଜନା ବିଷୟରେ ଅବଗତ କରାଇଥିଲେ । କାରଣ ତାଙ୍କ ମାଆ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଅଯୋଧ୍ୟା ଯିବାକୁ ଚାହୁଁଥିବାରୁ ସ୍ୱାମୀ ସପରିବାରଙ୍କୁ ଧରି ଅଯୋଧ୍ୟା ବୁଲିବା ପାଇଁ ଯାଇଥିଲେ । ହେଲେ ସ୍ତ୍ରୀ ଅଯୋଧ୍ୟାରୁ ଫେରିବା ପରେ କୋର୍ଟରେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଆବେଦନ କରିଛନ୍ତି । କେବଳ  ନୁହେଁ,  ତାଙ୍କ ସ୍ୱାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ତାଙ୍କ ପରିବାରର ଅଧିକ ଯତ୍ନ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ତ୍ରୀ। ସେଥିପାଇଁ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *