Pratidin TV

Odisha's Digital News Platform

ଏମିତି ପ୍ରେମକୁ ଶହେ ସଲାମ : ପ୍ରେମିକାର ମୃତ୍ୟୁ ହେବା ଜାଣି ବି ବିବାହ କଲେ ପ୍ରେମିକ…

1 min read

ପ୍ରେମ କଣ…ଦୁଇଟି ମନର ମିଳନ….ଅଚିହ୍ନା ହୁଏ ଖାସ୍ । ତା ଅନୁପସ୍ଥିତିରେ ମନ ଲାଗେ ଉଦାସ । ତା ଆଗରେ ହିଁ ବଖାଣି ହୁଏ ମନର ପ୍ରତିଟି ଅଭିଳାଶ । ସବୁଠି ସେ ହିଁ ସେ ଦେଖାଯାଏ । ସେ ନଥିଲେ ତା ସ୍ମୃତିକୁ ନେଇ ବଞ୍ଚିବାକୁ ହୁଏ । ଯେଉଁଠି ସମ୍ପର୍କ ଥାଏ ସେଇଠି ମନଉଣା ହୁଏ । ଯେଉଁଠି ଭଲପାଇବା ଥାଏ ସେଇଠି ଜଣେ ରୁଷେ ଆଉ ଜଣେ ମନାଏ । ଥରେ ଯିଏ ଯାହାକୁ ମନ ଦେଇଦିଏ , ତା ବିନା ଗୋଟିଏ ମୂହୁର୍ତ୍ତ ବଞ୍ଚିବା କଷ୍ଟକର ହୋଇପଡେ । ଆଉ ସେହି ପ୍ରେମିକାକୁ ଯେତେବେଳେ ବିବାହ କରି ସବୁଦିନ ପାଇଁ ନିଜର କରିଦିଏ ପ୍ରେମିକ , ସେତେବେଳେ ଦୁହିଁକ ପାଇଁ ଥାଏ ଗୋଟେ ବିରାଟ ଉପଲବ୍ଧି । କଥାରେ ଅଛି ବିବାହ ସାତଜନ୍ମର । ବିବାହ ଦୁଇ ମନର ମିଳନ । ୧୦ ଦିଗପାଳ ଓ ଅଗ୍ନିଙ୍କୁ ସାକ୍ଷୀ ରଖି ହୁଏ ବାହାଘର । ଅଗ୍ନିକୁ ସାକ୍ଷୀ ରଖି ପ୍ରେମିକା ସିନ୍ଥିରେ ସିନ୍ଦୁର ଦିଏ ପ୍ରେମିକ । ହେଲେ ଆମେରିକାରେ ଏମିତି ଏକ ବାହାଘର ହୋଇଛି, ଯାହା ବୋଧହୁଏ ଆପଣ କେବେ ଦେଖିନଥିବେ । ପ୍ରେମ କେତେ ପବିତ୍ର ତାହା ଏହି ବିବାହ ହିଁ ସ୍ପଷ୍ଟ କରିଦେଉଛି ।ଦୀର୍ଘ ଦିନର ଭଲ ପାଇବାର ଅନ୍ତ ଯେ ଏମିତି ଘଟିବ, ତାହା କେହି ବି ବିଶ୍ୱାସ କରିପାରିବେନି । ବାହା ହୋଇ ସୁଖର ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମଣିଷ ଯଦି ସେହି ମନର ମଣିଷକୁ ଅଧା ବାଟରେ ହରାଇ ଦିଏ ତେବେ କେତେ ଯେ କଷ୍ଟ, ତାହା ଏହି ପ୍ରେମ କାହାଣୀକୁ ଦେଖିଲେ ଜାଣିପାରିବେ , ଯାହାକୁ ଦେଖିବା ପରେ ଆପଣଙ୍କ ଆଖିବି ଆପେ ଆପେ ଓଦା ହୋଇଯିବ । ଆପଣଙ୍କ ପାଟିରୁ ଆପେ ଆପେ ବାହାରି ପଡ଼ିବ ସତରେ ପ୍ରେମ କଣ ଏମିତି ।

ଏ ପ୍ରେମ କାହାଣୀ ହେଉଛି ଆମେରିକାର ହେଥର ଓ ଡେଭିଡଙ୍କର । ଏହି ପ୍ରେମ କାହାଣୀ ୨୦୧୫ ମସିହାରୁ ଏକ ସ୍ୱିଙ୍ଗ୍ ଡ୍ୟାନ୍ସ କ୍ଲାସରେ ଆରମ୍ଭ ହୋଇଥିଲା ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଥିଲେ । ଏହାପରେ ଧୀରେ ଧୀରେ ଭଲ ପାଇବା ନୀବିଡ ହେଲା । ଭଲପାଇବା ଏତେ ନୀବିଡ ହୋଇଥିଲା ଯେ ଦୁହେଁ ଦୁହିଁକୁ ବିବାହ କରିବାକୁ ସ୍ଥିର କରିଥିଲେ । ହେଲେ ଏହାରି ଭିତରେ ଦଇବ ଖେଳିଲା ବିଚିତ୍ର ଖେଳ । ପ୍ରେମିକା ହାଥ୍ ଙ୍କୁ ହୋଇଥିଲା ବ୍ରେଷ୍ଟ କ୍ୟାନ୍ସର । ଯାହା ଜାଣିବା ପରେ ହାଥ୍‌ର ନିଜ ପ୍ରେମିକ ଡେଭିଡ୍ ଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଲେ । କାରଣ ସେ ନିଜ ପାଇଁ ପ୍ରେମିକଙ୍କ ଜୀବନକୁ ନଷ୍ଟ କରିବାକୁ ଚାହୁଁ ନଥିଲେ । ତେବେ ଡେଭିଡ଼ ବି ହେଥରଙ୍କ ସ୍ଭଭାବ କାହିଁକି ହଠାତ ଏମିତି ପରିବର୍ତ୍ତନ ହୋଇଥିଲା ତାହାର କାରଣ ଖୋଜିଥିଲେ ଆଉ ପାଇ ଯାଇଥିଲେ । ଏହାପରେ ସେ ହେଥରଙ୍କ ପାଖକୁ ଯାଇ ଆଲିଙ୍ଗନ କରି ଖୁବ କାନ୍ଦିଥିଲେ ।

Advertisement

କିଛିଦିନ ପରେ ହେଥରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ଏହାରି ଭିତରେ ଡାକ୍ତର ମହିଳାଙ୍କ ପରିବାରଲୋକଙ୍କୁ କହି ଦେଇଥିଲେ କି ହୋଇପାରୁଛି ଯଦି ହେଥରଙ୍କ କ’ଣ କ’ଣ ଶେଷ ଇଚ୍ଛା ଅଛି ତାହାକୁ ପୁରଣ କରି ଦିଅନ୍ତୁ । ହେଥରଙ୍କୁ ଶେଷ ଇଚ୍ଛା ପଚରା ଯିବାର ସେ ଡେଭିଡଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏହାପରେ ପରିବାରଲୋକ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ହେଥର ଓ ଡେଭିଜଙ୍କ ବିବାହ କରାଇଥିଲେ । ଏହି ବିବାହର ୧୮ଘଣ୍ଟା ପରେ ହେଥର ଦୁନିଆକୁ ଅଲବିଦା କହି ଦେଇଥିଲେ ।

ଏହି ଘଟଣା ଆମେରିକାର କନେକ୍ଟିକଟ ରାଜ୍ୟରେ ୨୦୧୭ ଡିସେମ୍ବର ୨୨ ତାରିଖରେ ଘଟିଥିଲା । ସେ ସମୟରେ ଏହି ପ୍ରେମୀଯୁଗଳଙ୍କ ପ୍ରେମ ଓ ବିବାହ ଖୁବ ଚର୍ଚ୍ଚାରେ ଥିଲା । ଦୁହିଁଙ୍କ ବିବାହର କିଛି ଫଟୋ

Leave a Reply

Your email address will not be published. Required fields are marked *