ସରକାରୀ ଯୋଜନାରେ ଲାଭ ଉଠାଇବାକୁ ୧୭ ଥର ଗର୍ଭବତୀ ହେଲେ ମହିଳା , ସତ ଜଣାପଡିବା ପରେ ଏବେ ଜେଲ୍ ରେ ..
1 min readମାଗଣା ସରକାରୀ ସହାୟତାର ଲାଭ ଉଠାଇବା ପାଇଁ ୧୭ ଥର ଗର୍ଭବତୀ ହୋଇଗଲେ ମହିଳା । ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଟୟ । ଜଣେ ମହିଳା ୧୭ ଥର ଗର୍ଭବତୀ ତାହା ପୁଣି କେବଳ ସରକାରୀ ସହାୟତା ପାଇଁ । ହେଲେ ଏ ଘଟଣା ପଛର ପ୍ରକୃତ ସତ ଜାଣିଲେ ଆପଣଙ୍କୁ ବି ବଡ ଝଟକା ଲାଗିବ । ବାସ୍ତବରେ ସେ ଗର୍ଭବତୀ ନଥିଲେ , ଗର୍ଭବତୀ ହେବାର ମିଛ ନାଟକ କରୁଥିଲେ । ସେ ନିଜ ପୋଷାକ ତଳେ ଗୋଟେ ଛୋଟ ତକିଆ ରଖି ଅନ୍ୟମାନଙ୍କୁ ଗର୍ଭବତୀ ଥିବାର କହିବୁଲୁଥିଲେ । ବର୍ତ୍ତମାନ ଉକ୍ତ ମହିଳା ଜଣକ ଜେଲରେ ଅଛନ୍ତି । କେବଳ ସେତିକି ନୁହେଁ, ବିଭିନ୍ନ ଉପାୟରେ ମହିଳା ଜଣକ ୯୮ ଲକ୍ଷ ଟଙ୍କା ଠକେଇ କରିଛନ୍ତି । ଏଥିସହ ଗର୍ଭବତୀଙ୍କୁ ମିଳୁଥିବା ସରକାରୀ ଯୋଜନାର ମଧ୍ୟ ଲାଭ ଉଠାଇଛନ୍ତି ମହିଳା ଜଣକ । ମହିଳାଙ୍କ ବୟସ ୫୦ ବର୍ଷ ଓ ତାଙ୍କ ନାମ ବାର୍ବାରା ଆୟୋଲେ ବୋଲି ଜଣାପଡିଛି । ମିଛରେ ଗର୍ଭବତୀ ହେବାର ବାହାନା କରି ସେ ନିଜ ଅଫିସରୁ ଲମ୍ବା ସମୟ ଧରି ଛୁଟି ମଧ୍ୟ ନେଉଥିଲେ । ୨୦୦୦ ମସିହାରୁ ସେ ଏପରି ଡ୍ରାମା କରୁଥିବା ଜଣାପଡିଛି । ଅର୍ଥାତ୍ ମହିଳା ଜଣକ ୨୪ ବର୍ଷ ଧରି ଏପରି କାମ କରିଆସୁଥିଲେ ।
ରିପୋର୍ଟ ଅନୁଯାୟୀ ଯେତେବେଳେ ଆୟୋଲେଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ ଏହା କହିଥିଲେ ଯେ, ତାଙ୍କର ମାତ୍ର୫ଥର ଗର୍ଭଧାରଣ ସଫଳ ହୋଇଛି । ସମୁଦାୟ ସେ ୧୨ଥର ଗର୍ଭଧାରଣ କରିଥିବା କହିଛନ୍ତି । ଏଥିସହ ସେ ଏକଥା ମଧ୍ୟ କହିଥିଲେ ଯେ, ଗତ ବର୍ଷ ଡିସେମ୍ବର ମାସରେ ସେ ଶେଷ ଥର ପାଇଁ ଗର୍ଭବତୀ ହୋଇଥିଲେ । ହେଲେ ଘଟଣାର ତଦନ୍ତ ସମୟରେ ପୋଲିସ ପକ୍ଷରୁ କୁହାଯାଇଛି ଯେ, ମହିଳା ଜଣକ ମିଛ କହୁଛନ୍ତି । ଦୀର୍ଘ ୯ ମାସ ହେଲାଣି ମହିଳାଙ୍କ ଉପରେ କଡା ନଜର ରଖିଥିଲା ପୋଲିସ । ଏଥିସହିତ ମହିଳା ଜଣକ ଇଟାଲୀ ରାଜଧାନୀର ଏକ କ୍ଲିନିକରୁ ଜାଲି କାଗଜପତ୍ର ସହ ନକଲି ପ୍ରମାଣପତ୍ର ମଧ୍ୟ ରଖିଥିଲେ । ଏହି ମହିଳାଙ୍କ ନାମ ବାର୍ବାରା ଆୟୋଲେ ବୋଲି ଜଣାପଡିଛି ।
ବାର୍ବାରା ଆୟୋଲେ ନିଜ ପେଟରେ ଏକ ତକିଆ ଲଗାଇଥିବାର ଅଭିଯୋଗ ହୋଇଥିଲା ଯାହା ଦ୍ୱାରା ଲୋକମାନେ ଭାବୁଥିଲେ ଯେ, ଆୟୋଲେ ଗର୍ଭବତୀ ଅଛନ୍ତି । ତେବେ ଏନେଇ ବାର୍ବାରା ଙ୍କ ସ୍ୱାମୀ ଡେଭିଡ ପିଜିନାଟୋ ପୋଲିସ ଆଗରେ କହିଛନ୍ତି ବାର୍ବାରା କେବେ ବି ଗର୍ଭବତୀ ନଥିଲେ । ତେବେ ଏହି ଠକେଇରେ ମହିଳାଙ୍କ ସ୍ୱାମୀ ମଧ୍ୟ ସମ୍ପୃକ୍ତ ଥିବା କୁହାଯାଇଛି । ବାର୍ବାରା ଙ୍କୁ ଦେଢବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଅଧିକ ପଚରା ଉଚରା ପାଇଁ ପୋଲିସ ତାଙ୍କୁ ରିମାଣ୍ଡରେ ନେଇପାରେ ।