Pratidin TV

Odisha's Digital News Platform

(ଭିଡିଓ)ତୋ ବାପା ଭିକାରୀ ତମ ଘର ଭଙ୍ଗା, ଏଭଳି କହି ମୋ ଉଭଣୀକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେଲେ ଶାଶୁଘର ଲୋକ

1 min read

ଭୁବନେଶ୍ୱର: ମୋ ଭଉଣୀକୁ ସମସ୍ତେ ମିଶିକି ମାରିଦେଲେ । ଗାଁ ଝିଅକୁ ବାହା ହୋଇ ଭୁବନେଶ୍ୱରେ ଭଲ ରଖିବା ବଦଳରେ ତା ଜୀବନ ନେଇଗଲେ ଶାଶୁଘରଲୋକେ । ଭଉଣୀର ମୃତ୍ୟୁ ପରେ ଆଖିରୁ ଲୁହ ଗଡାଇ କୋହଭରା କଣ୍ଠରେ ସାନ ଭଉଣୀ କହୁଛି ଯେଉଁ ଭେଣୋଇକୁ ବିଶ୍ୱାସ ଓ ଭରସା କରି ମୋ ଭଉଣୀର ହାତ ଦେଇଥିଲୁ ସେ ହି ହତ୍ୟାକରୀ ବାହାରିଲେ । କିନ୍ତୁ ମୋ ଭଉଣୀର ହତ୍ୟା ପଛର ମୁଖ୍ୟ ଖଳନାୟକ ହେଉଛି ମୋ ଭଉଣୀର ନଣନ୍ଦ । ସେ ସବୁ ବେଳେ ପ୍ରିୟଙ୍କା ଦିଦିର ଶାଶୁକୁ ସତମିଛ କହି ତାଙ୍କ କାନରେ ମୋ ଭଉଣୀ ବିରୋଧରେ ଉସକାଉ ଥିଲା । ଯାହାଫଳରେ ମୋ ଭଉଣୀ ଅନେକ ସମୟରେ ମାନସିକ ଏବଂ ଶାରୀରିକ ନିର୍ଯାତନର ଶିକାର ହେଉଥିଲା । କାନ୍ଦିକାନ୍ଦି ଏଭଳି କିଛି ଗଣମାଧ୍ୟମ ଆଗରେ କହିଛନ୍ତି ମୃତ ପ୍ରିୟଙ୍କାଙ୍କ ଭଉଣୀ । ସେ ଆହୁରି ମଧ୍ୟ କହିଛନ୍ତି ଶାଶୁଘର ଲୋକେ ଯୌତୁକ ପାଇଁ ଅନେକ କଥା କହିଛନ୍ତି । ତୋ ବାପା ଭିକାରୀ ତ ଘର ଭଙ୍ଗା ଭଳି ଅନେକ କଥା କହି ତାକୁ ନିର୍ଯାତନା ଦେଉଥିଲେ । ଆମେ ଗରିବ ବୋଲି କଣ ଆମର କିଛି ସମ୍ମାନ ନାହିଁ ।ଏସବୁ ପରେ ବି ମୋ ଭଉଣୀ ସବୁ ଶୁଣି ଚୁପ ରହି ଆସୁଥିଲା । ୨ବର୍ଷ ସବୁ କିଛି ସହି ଆସୁଥିବା ବେଳେ ଶେଷରେ ତାକୁ ମାରି ଦେଇଛନ୍ତି ଶାଶୁଘର ବୋଲି ପରିବାରଲୋକ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *