Pratidin TV

Odisha's Digital News Platform

ସ୍କୁଲ୍ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ ….

କେନ୍ଦୁଝର ; ସ୍କୁଲ୍ ପରିସରରୁ ମହିଳାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବସନ୍ତପୁରା ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ତୋରାଣିଆପାଳ ଗାଁର ବାସନ୍ତୀ ଜେନାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ ଆଜି ସକାଳେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁମତି ସପଳା ପ୍ରହଣ ସ୍କୁଲ ଗେଟ୍ ଖୋଲି ବିଦ୍ୟାଳୟକୁ ଆସିଥିଲେ । ଏହାପରେ ସବୁଦିନ ଭଳି ପିଲାମାନେ ମଧ୍ୟ ଧିରେ ଧିରେ ସ୍କୁଲକୁ ଆସିଯାଇଥିଲେ । ତେବେ ପ୍ରଧାନ ଶିକ୍ଷୟତ୍ରୀଙ୍କ କହିବା ଅନୁଯାୟୀ ସେ ପିଲାମାନଙ୍କୁ ପ୍ରାର୍ଥନା ପାଇଁ ଏକଜୁଟ୍ କରୁଥିବା ସମୟରେ ୨ ଜଣ ଛାତ୍ର ଖୁବ୍ ଜୋରରେ ଚିତ୍କାର କରି ଶିକ୍ଷୟତ୍ରୀଙ୍କ ପାଖକୁ ଧାଇଁ ଆସିଥିଲେ । ଏହା ପରେ ଶିକ୍ଷୟତ୍ରୀ ତାଙ୍କୁ କାରଣ ପଚାରିବାରୁ ଛାତ୍ର ଦୁହେଁ ବିଦ୍ୟାଳୟର ରୋଷେଇ ଶାଳାକୁ ହାତ ବଢାଇଥିଲେ । ଶିକ୍ଷୟତ୍ରୀ ପିଲାମାନଙ୍କ ସହ ସେଠାରେ ପହଞ୍ଚିବାପରେ ଏକ ଝୁଲନ୍ତା ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ଗାଁର ସରପଞ୍ଚ ସହ ଅନ୍ୟ ଶିକ୍ଷକମାନଙ୍କୁ ଖବର ଦେଇଥିଲେ । ଏହା ସହ ମହିଳାଙ୍କ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା ।

ମହିଳାଙ୍କ ପରିବାର ଲୋକଙ୍କର ସୂଚନା ଅନୁଯାୟୀ, ବାସନ୍ତୀ, ଗତ ୧୩ ବର୍ଷ ପୂର୍ବେ ବସନ୍ତପୁରା ଗାଁର ଅଶୋକ ଜେନାଙ୍କ ସହ ଅନ୍ୟତ୍ର ରହୁଥିଲେ । ସେବେଠାରୁ ବାସନ୍ତୀଙ୍କର କୌଣସି ଖୋଜଖବର ନଥିବା ବେଳେ, ଆଜି ହଠାତ୍ ସ୍କୁଲ୍ ପରିସରରୁ ତାଙ୍କର ମୃତଦେବ ମିଳିବା କାରଣରୁ ବାସନ୍ତୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *