ଭଗବାନ ମୋ ଝିଅକୁ ନ୍ୟାୟ ଦିଅ ! ଉତ୍ତରାଧିକାରୀ ଦେଇପାରିଲାନି ବୋଲି ତାକୁ ମାରି ଝୁଲାଇଦେଲେ …
1 min readବାଲେଶ୍ଵର ; ପୁଣି ନବବଧୂ ହତ୍ୟା ଅଭିଯୋଗ । ଜୁଇରେ ଜଳିଳା ନିର୍ଯାତିତା ପୀଡିତା ମହିଳା । ବିବାହର ୩ ବର୍ଷରେ ଆଖିବୁଜିଲା ଝିଅ । ଦେଢଶୁର, ଭାଉଜ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ବାଲେଶ୍ଵର ସହଦେବଖୁଖ୍ଟା ଥାନା କୁଅଁ ଛକ ନିକଟରେ ଥିବା ଶାଶୁ ଘର ଲୋକ ବଧୁ ଇତିଶ୍ରୀ ପଣ୍ଡାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ।
ଇତିଶ୍ରୀଙ୍କ ଆଣ୍ଠୁ, ହାତ ଓ ଗୋଡରେ ଦାଗ ରହିଛି। ତାଙ୍କୁ ଶାଶୁ ଘର ଲୋକ ମିଶି ହତ୍ୟା କରିଥିବା ଇତିଶ୍ରୀର ଭାଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ସହଦେବ ଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡାଙ୍କୁ ବିବାହ କରିଥିଲେ ଇତିଶ୍ରୀ , ବିବାହକୁ ମାତ୍ର ୩ ବର୍ଷ ହୋଇଥିଲା। ଶାଶୁ ଘର ଲୋକ ଅଧିକ ଯୌତୁକ ମାଗୁଥିଲେ। ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ରାକ୍ଷୀ ପୂର୍ଣ୍ଣିମାରେ ବାଲେଶ୍ଵର ଆଜିମାବାଦରେ ଥିବା ବାପ ଘରକୁ ଆସିଥିଲେ ଇତିଶ୍ରୀ। ଶାଶୁ ଘରକୁ ଯିବା ପରେ ବହୁର ମୃତ୍ୟୁ ସମ୍ପର୍କରେ ବାପ ଘରକୁ ଖବର ଦିଆଯାଇଥିଲା। ବାପ ଘର ଲୋକ ଯାଇ ଦେଖିଥିଲେ ଶୋଇବା ଘରେ ଏକ ଖଟରେ ଝିଅର ମୃତ ଦେହ ରଖାଯାଇଛି। କିନ୍ତୁ ପରିବାରକୁ ବିଶ୍ୱାସ ନହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ ବାପା , ମା ଏବଂ ସାନଭାଇ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଝିଅର ମୃତ ଦେହକୁ ଘରକୁ ଶବଦାହ ପାଇଁ ଆଣିବା ସମୟରେ ଝିଅ ଦେହରେ, ହାତରେ,ଗୋଡରେ ଏବଂ ବେକରେ ମାଡ ଦାଗ ଦେଖି ସନ୍ଦେହ ବଢିଥିଲା । ତେବେ ଝିଅକୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ଥାନାରେ ବାପ ଘର ଲୋକ ଅଭିଯୋଗ କରିଛନ୍ତି।
କାରଣ ପୂର୍ବରୁ ମଧ୍ୟ ଝିଅର ଛୁଆ ହେଉନଥିବାରୁ ଅନେକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ପରିବାରର ଅଭିଯୋଗ ଆଧାରରେ ପୋଲିସ ଇତିଶ୍ରୀଙ୍କ ମୃତଦେହକୁ ଜବତ କରିବା ସହ ଇତିଶ୍ରୀଙ୍କ ସ୍ୱାମୀଙ୍କୁ ଗିରଫ କରି ଘଟଣାର ଖୋଳତାଡ଼ କରୁଛି । ଅନ୍ୟପଟେ ଏହି ଅଭିଯୋଗକୁ ମିଥ୍ୟା ଓ ବୋହୁ ନିଜେ ଆତ୍ମ ହତ୍ୟା କରିଛି ବୋଲି ଶାଶୁ ଘର ଲୋକ କହିଛନ୍ତି।