Pratidin TV

Odisha's Digital News Platform

ବର୍ଷେ ପରେ ମୁହଁ ଫିଟାଇଲେ ପୀଡିତା : ବ୍ଲାକମେଲିଂ କରି ଜିମ୍ ମାଲିକ କରୁଥିଲେ ଯୌନଶୋଷଣ ..

1 min read

କଟକ : ବର୍ଷେ ପରେ ସାମ୍ନାକୁ ଆସିଲା ସତ । ଯୁବତୀଙ୍କ ବ୍ଲାକମେଲିଂ କରି ଯୌନଶୋଷଣ କରୁଥିଲେ ଜିମ୍ ମାଲିକ । ଏଭଳି ଏକ ଅବାବନୀୟ ଘଟଣା ସିଡିଏ ସେକ୍ଟର-୯ ରୁ ସାମ୍ନାକୁ ଆସିଛି । ଏନେଇ ପୀଡିତା ନିଜେ ମର୍କତନଗର ଥାନାରେ ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ ୧ ବର୍ଷ ତଳେ ସଂପୃକ୍ତ ଯୁବତୀ ଜଣଙ୍କ କଟକ ସିଡିଏ ସେକ୍ଟର-୯ରେ ଥିବା ଜିମ୍‌ରେ ଆଡମିସନ ନେଇଥିଲେ । ଏହାପରେ ସେଠାକାର ଜିମ୍ ମାଲିକଙ୍କ ସହ ଯୁବତୀଙ୍କ ସମ୍ପର୍କ ବଢିବାରେ ଲାଗିଥିଲା । ଯାହା ସମୟକ୍ରମେ ପ୍ରେମ ସର୍ମ୍ପକରେ ପରିବର୍ତ୍ତନ ହୋଇଯାଇଥିଲା । ଅଭିଯୋଗ ଅନୁଯାୟୀ ଗତବର୍ଷ ମାର୍ଚ୍ଚ ମାସରେ ଜିମ୍ ମାଲିକ ଯୁବତୀଙ୍କୁ କିଛି ନିଶା ଦେଇ ତାଙ୍କ ଅଚେତ୍ ଅବସ୍ଥାରେ ଦୁଷ୍କର୍ମ କରିଥିଲା । ସେହି ସମୟର କିଛି ଅନ୍ତରଙ୍ଗ ଫଟୋ ମଧ୍ୟ ଜିମ୍ ମାଲିକ ଉଠାଇଥିଲେ । ଯାହାକୁ ପରେ ଭାଇରାଲ କରିବାର ଧମକ୍ ଦେଉଥିଲେ । ସେହି ଫଟୋର ଫାଇଦା ଉଠାଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲେ । ଏବଂ ବିବାହ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଯାହା ପାଇଁ ଯୁବତୀ ଚୁପ୍ ହୋଇଯାଇଥିଲେ । କିନ୍ତୁ ସମୟ କ୍ରମେ ଜିମ୍ ମାଲିକଙ୍କ ଉନ୍ମତ କାଣ୍ଡ ବଢିବାକୁ ଲାଗିଥିଲା । ଯୁବତୀଙ୍କ ସହ ସେ ତାଙ୍କ ପରିବାରକୁ ମଧ୍ୟ ଡରାଇ ଧମକାଉଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ।

Advertisement

ଏନେଇ ମର୍କତନଗର ଥାନାରେ ୩୭୬ ୨-ଏନ୍, ୪୧୭, ୫୦୬ ଆଇପିସି ଦଫାରେ ମାମଲା ରୁଜୁ କରାଯାଇଛି । ତେବେ ଆସନ୍ତାକାଲି ୧୬୪ ଧାରାରେ ଅଭିଯୋଗକାରୀଙ୍କ ମାଜିଷ୍ଟେରିଆଲ୍ ବୟାନ ରେକର୍ଡ କରାଯିବ ବୋଲି ସୂଚନା ଦେଇଛନ୍ତି ଏସିପି ତାପସ ପ୍ରଧାନ ।

Leave a Reply

Your email address will not be published. Required fields are marked *