Pratidin TV

Odisha's Digital News Platform

ଭଲପାଇ ବାହା ହେଲା,ପୁଅ ନ ହବାରୁ ସ୍ତ୍ରୀ ଓ ୩ ଝିଅଙ୍କୁ ମାରିବାକୁ ଉଦ୍ୟମ କଲା ସ୍ୱାମୀ…



କୋଲକାତା: ପୂର୍ବରୁ ସମାଜରେ ଝିଅ ମାନଙ୍କ ଠାରୁ ପୁଅ ମାନଙ୍କୁ ବେଶି ଗୁରୁତ୍ୱ ଦିଆଯାଉଥିଲା । କୁହାଯାଉଥିଲା ଯେ ବଂଶରକ୍ଷା ନିମନ୍ତେ ପୁତ୍ର ସନ୍ତାନ ନିହାତି ଆବଶ୍ୟକ । ସେଥିପାଇଁ କନ୍ୟା ସନ୍ତାନ ମାନଙ୍କୁ ପ୍ରାଧାନ୍ୟ ମିଳୁନଥିଲା । ଆଉ ଆଜିବି ବଞ୍ଚି ରହିଛି ସେହି କୁ ପ୍ରଥା । ପୁଅ ଜନ୍ମ ନ ହେବାରୁ ସ୍ତ୍ରୀ ସହ ନିଜର ୩ ଝିଅକୁ କୀଟ ନାଶକ ପିଆଇଲା ସ୍ମାମୀ । ଆଉ ଜୀବନରୁ ମାରିଦେବାକୁ କରୁଥିଲା ଉଦ୍ୟମ । ହଁ ଆଜ୍ଞା ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ଘୋଷନିବାସ ଅଞ୍ଚଳରେ । ଆଉ ପଡିତଙ୍କର ନାମ ହେଉଛି ଅପରାଜିତା ।


ସୂଚନା ମୁତାବକ ଅପରାଜିତାଙ୍କର ୩ ଟି ଝିଅ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଇ ଆସୁଥିଲେ । ଖାଲି ସ୍ୱାମୀ ନୁହେଁ ସ୍ୱାମୀଙ୍କ ସହ ଶାଶୁ ଶ୍ୱଶୁର ମଧ୍ୟ ନାତି ପାଇଁ ବୋହୁଁକୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ । ଆଉ ଏତିକିରେ ମନ ବୁଝିଲାନି ଯେ ଶେଷରେ ସ୍ତ୍ରୀ ଓ ୩ ଝିଅଙ୍କୁ ସବୁଦିନ ପାଇଁ ରାସ୍ତାରୁ ସଫା କରିଦେବାକୁ ବସିଥିଲେ ସ୍ୱାମୀ ଜଣକ । ହେଲେ ସୈାଭାଗ୍ୟ ବଶତଃ ୨ ଝିଅ ଖସି ଯାଇ ପାଖ ଲୋକଙ୍କୁ ଡାକି ଆଣିଥିଲେ । ପରେ ସ୍ଥାନୀୟ ଲୋକମାନେ ଆସି ସେମାନଙ୍କୁ ଉଦ୍ଧାର କରି ନେଇ ମେଡିକାଲରେ ଭର୍ତ୍ତି କରିଥିଲେ ।


ତେବେ ଅପରାଜିତା କଲେଜରେ ପଢିବା ବେଳେ ଏକ ଯୁବକଙ୍କ ଭଲପାଇଥିଲେ । ଆଉ ପରେ ତାଙ୍କୁ ବିବାହ କରିଥିଲେ । ହେଲେ ସେ ଜାଣିନଥିଲେ ଯାହାକୁ ସେ ପ୍ରେମ ବିବାହ କରିଛନ୍ତି ସେ ହିଁ ଦିନେ ତାଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ ବୋଲି । ପରେ ଘଟଣା ବିଷୟରେ ଅପରାଜିତାଙ୍କ ବାପା ଗଣେଶ ମଣ୍ଡଳ ଜାଣିବା ପରେ ପୋଲିସକୁ ଜଣାଇଥିଲେ । ଆଉ ଜ୍ୱାଇଁ ଅନତ୍ର ବିବାହ କରିବାକୁ ଇଚ୍ଛା କରୁଥିବା ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *