ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର
1 min readମୋହନା : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ସିରିଶିପଦ ଗାଁରେ । ସ୍ତ୍ରୀର ଟାଙ୍ଗିଆ ଚୋଟରେ ଗୁରୁତର ହୋଇଥିବା ସ୍ବାମୀ ହେଲେ ବାଲିମା ଗମାଙ୍ଗ ।
ମିଳିଥିବା ସୂଚନା ପ୍ରକାରେ ଆଜି ମଧ୍ୟାହ୍ନ ସମୟରେ ଘରେ ପାଳିଥିବା ବଳଦ ବିକ୍ରି କରିବା ସହ କୌଣସି କାରଣରୁ ସ୍ବାମୀ ବାଲିମା ସହ ସ୍ତ୍ରୀ ଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା । ସ୍ବାମୀ ଠେଙ୍ଗାରେ ସ୍ତ୍ରୀକୁ ଆକ୍ରମଣ କରିବା ବେଳେ ସ୍ତ୍ରୀ ନିଜକୁ ବଞ୍ଚାଇବା ପାଇଁ କାନ୍ଥରୁ ଟାଙ୍ଗିଆ କାଢି ସ୍ୱାମୀଙ୍କ ଉପରକୁ ଫପାଡିଥିଲେ । ଫଳରେ ସ୍ଵାମୀଙ୍କ ପିଠି ତଳକୁ କୁରାଡି ମାଡ ହୋଇଥିବା ଯୋଗୁଁ ସ୍ୱାମୀ ବାଲିମା ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ଘଟଣା ଘଟିବା ପରେ ପରିବାର ଲୋକେ ବାଲିମା କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି ।