ସୁଧିଆ କାରବାରକୁ ନେଇ ଏସିଡ୍ ମାଡ : ଜଳିଗଲା ଶରୀରର ୮୫ ଭାଗ
1 min readଭୁବନେଶ୍ୱର : କଟକ (ଡିଗିରିଆ )ଥାନା ନୂଆପାଟଣା ଗାଁରେ ଘଟିଛି ବର୍ବର କାଣ୍ଡ । ସୂଚନା ମୁତାବକ ସୁଧିଆ କାରବାରକୁ ନେଇ ହୋଇଛି ଏସିଡ୍ ମାଡ ।ତେବେ ପିଡିତା ରିନା ସାହୁ କରୋନା ସମୟରେ ୫ ଲକ୍ଷ ଟଙ୍କା ସୁଧକୁ ଆଣିଥିଲେ ତେବେ ତାଙ୍କ ଆର୍ଥିକ ପରିସ୍ଥିତି ସ୍ୱଛଳ ନଥିବାରୁ ସେ ମାସକୁ ମାସ ଧିରେ ଧିରେ ଏହାକୁ ସୁଝୁଥିଲେ । କିନ୍ତୁ ଟଙ୍କା ବେଇଥିବା ବ୍ୟକ୍ତି ତାଙ୍କୁ ବାରମ୍ବାର ଧମକାଉଥିଲେ ଓ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଏହି ଘଟଣାର ଦୁଇଦିନ ପୂର୍ବରୁ ମଧ୍ୟ ରିନାଙ୍କୁ ଧମକ ମିଳିଥିଲା । କିନ୍ତୁ ଆଜି ସକାଳ ସମୟରେ ରିନା ମର୍ଣ୍ଣିଂ ୱାକ୍ରେ ଜାଉଥିବା ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ଆସି ତାଙ୍କ ପଛପଟରୁ ଏସିଡ୍ ମାଡ କରିଥିଲେ । ତାସହ ତାଙ୍କ ଘରୁ ଫ୍ରିଜ,ଟିଭି,ୱାସିଙ୍ଗ ମେସିନ ଇତ୍ୟାଦି ଜିନିଷ ଚୋରୀ ହୋଇଥିବା ମଧ୍ୟ ସୂଚନା ମିଳିଛି ।ତାଙ୍କୁ ପ୍ରଥମେ ଡିଗିରିଆ ଚିକିତ୍ସାଳୟ ଓ ପରେ ଏସିବି କୁ ସ୍ଥାନାନ୍ତରଣ କରାଯାଇଥିଲା । ରିନାଙ୍କ ଶରୀରର ୮୫ ପ୍ରତିଶତ ଜଳିଯାଇଥିଲେ ମଧ୍ୟ ଅବସ୍ଥା ଅଧିକ ଗୁରୁତର ନାହିଁ ବୋଲି ସୂଚନା ଦେଲେ ସର୍ଜରୀ ବିଭାଗର ଡାକ୍ତର । ତେବେ ରିନାଙ୍କ ସ୍ୱାସ୍ଥ ପରିସ୍ଥିତିରେ ଟିକେ ସୁଧାର ଆସିଥିବାରୁ ସେ ପୋଲିସ ନିକଟରେ ତାଙ୍କ ସ୍ୱାମୀ ଓ ଝିଅର ସୁରକ୍ଷା ଦାବି କରିଛନ୍ତି ।