Pratidin TV

Odisha's Digital News Platform

ମୁହଁରେ ମାସ୍କ, ନାକରେ ଅକ୍ସିଜେନ୍‌ ଲଗାଇ ଭୋଟ୍‌ ଦେଲେ ବୃଦ୍ଧା , ସମସ୍ତେ କରୁଛନ୍ତି ତାଙ୍କ ସାହସକୁ ସଲାମ..

1 min read

ବର୍ତ୍ତମାନ ଭୋଟ  ରୁ ଦୂରେଇ ରହୁଛନ୍ତି ପାଠୁଆ ଭୋଟର । ସାମ୍ବିଧାନିକ ଅଧିକାର ବି ସାବ୍ୟସ୍ତ କରିବାକୁ ଦେଖାଉଛନ୍ତି କାର୍ପଣ୍ୟତା । ସମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ଏପରି ବିମୁଖତା ଆଣୁଛି ବିରାଟ ସମସ୍ୟା । ଠିକ ଏହି ସମୟରେ ଗଣତନ୍ତ୍ର ମହାପର୍ବରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ଯାହାକୁ ଦେଖିବା ପରେ ସମସ୍ତେ ବାଃ ବାଃ ନକରି ରହି ପାରୁନାହାନ୍ତି  । ଯେତେବେଳେ ସୁସ୍ଥ ଭୋଟ ଦେବାକୁ ଆସୁ ନାହାନ୍ତି ଠିକ ସେତିକିବେଳେ ହିମାଚଳ ପ୍ରଦେଶରେ ଜଣେ ବୃଦ୍ଧା ରୋଗୀ ଡାକ୍ତରଖାନା ଶଯ୍ୟାରୁ ଉଠି ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଆସିଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ସମ୍ପୃକ୍ତ ବୃଦ୍ଧାଙ୍କଠାରେ ଅମ୍ଳଜାନ ନଳୀ ମଧ୍ୟ ଲାଗିଥିଲା। ଶ୍ୱାସକ୍ରିୟାରେ ସମସ୍ୟା ଥିବା ସତ୍ୱେ ବୃଦ୍ଧା ଜଣକ ଭୋଟ ଦେବାକୁ ଆସିଥିବାରୁ ତାଙ୍କୁ ବେଶ୍‌‌ ପ୍ରଶଂସା କରାଯାଉଛି।

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ମଧ୍ୟ ବୃଦ୍ଧାଙ୍କ ଫଟୋ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରି ‘ୟୁ ଆର ଦ ୱାନ’ ବୋଲି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଏହି ବୃଦ୍ଧାଙ୍କ ନାମ ହେଉଛି ବିମଳା ଶର୍ମା। ହିମାଚଳ ପ୍ରଦେଶ ହମୀରପୁର ଲୋକସଭା କ୍ଷେତ୍ର ଅଧୀନ ବିଳାସପୁର ଜିଲାର ଚୁଭାଡ଼ି ଅଞ୍ଚଳରେ ତାଙ୍କ ଘର। ଶନିବାର ତାଙ୍କ ପରିବାର ଲୋକଙ୍କ ସହାୟତାରେ ବିମଳା ମତଦାନ କେନ୍ଦ୍ରକୁ ଆସିଥିଲେ। ତାଙ୍କ ପରିବାରର ଜଣେ ସଦସ୍ୟ ଅମ୍ଳଜାନ ସିଲିଣ୍ଡର ଧରିଥିବାବେଳେ ଅନ୍ୟ ସଦସ୍ୟମାନେ ତାଙ୍କୁ ଧରି ଧରି ଆଣିଥିଲେ।

Leave a Reply

Your email address will not be published. Required fields are marked *