Pratidin TV

Odisha's Digital News Platform

ଝିଅର ଫଟୋ ଦେଖାଇ ପ୍ରେମ କରୁଥିଲା ମା , ବିଧାନସଭାରେ ଚାକିରୀ କରୁଛି କହି ଯୁବକଙ୍କୁ ଠକିଥିଲା ।

ଛପା ହୋଇସାରିଥିଲା କାର୍ଡ , ବଛାସରିଥିଲା ମେନ୍ୟୁ ଆଉ କିଛି ଦିନରେ ପଡିଥାନ୍ତା ହାତଗଣ୍ଟି । ହେଲେ ବିବାହ ପୂର୍ବରୁ ଫିଟିଗଲା ସବୁ ରାଜ୍ । ଯେଉଁ ସୋସିଆଲ ମିଡିଆକୁ ଅସ୍ତ୍ର କରି ମିଛ ମାୟାଜାଲ ରଚିଥିଲେ ସେଇ ସୋସିଆଲ ମିଡିଆ ହିଁ ସବୁ ସତ ସାମ୍ନାକୁ ନେଇ ଆସିଲା ।

ନିଜ ୧୬ ବର୍ଷ ଝିଅର ଫଟୋ ଦେଖାଇ ଯୁବକଙ୍କୁ ପ୍ରେମ କରୁଥିଲେ ମହିଳା । ତେବେ ମହିଳା ଜଣଙ୍କ ଘର କେନ୍ଦୁଝର ହୋଇଥିବା ବେଳେ ଯୁବକ ଜଣଙ୍କ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଅଟନ୍ତି । ସୋସିଆଲ ମିଡିଆରେ ଜଣେ ୧୬ ବର୍ହର ଯୂବତୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଆଉ କିଛିଦିନର ବନ୍ଧୁତା ପରେ ତାହା ପ୍ରେମରେ ପରରିବର୍ତ୍ତିତ ହୋଇଥିଲା । ଏହି ସୋସିଆଲ ମିଡିଆ ପ୍ରେମ ଫେସବୁକ୍‌ରୁ ହ୍ୱାଟସ୍‌ଆପ ଆଉ ଭିଡିଓ କଲ୍‌ରେ ପହଞ୍ଚିଥିଲା । ଯୁବକ ଜଣଙ୍କ ଯେତେବେଳେ ଭିଡିଓ କଲ୍ କରୁଥିଲେ ଯୁବତୀ ଜଣଙ୍କ ମୁହଁ ଦେଖାଉନଥିଲେ । ପ୍ରତ୍ୟକ ଥର କିଛିନା କିଛି ବାହାନା କରୁଥିଲେ ।

ବିଭିନ୍ନ ବାହାନା କରି ନିଜ ମୁହଁ ଦେଖାଉ ନ ଥିଲେ ପ୍ରେମିକା। ସେ କେବଳ ହେମନ୍ତଙ୍କ ମୁହଁ ଦେଖି ମନ ମତାଣିଆ ରଙ୍ଗିଲା କଥା କହୁଥିଲେ।ଯୁବତୀଙ୍କ ମଜାଳିଆ କଥାରେ ବାୟା ହୋଇଯାଇଥିଲେ ଯୁବକ ।ବାହା ହେବା ପାଇଁ ଚାହୁଁଥିଲେ। ହେଲେ ସେ ଧରାଛୁଆଁ ଦେଉନଥିଲେ। ଯେତେବେଳେ ହେମନ୍ତ ଜିଦ୍ ଧରୁଥିଲେ, ସେତେବେଳେ ସେ ମିଛର ଆଶ୍ରୟ ନେଉଥିଲେ। ହେଲେ ଯେଊଁ ସୋସିଆଲ ମିଡିଆକୁ ଅସ୍ତ୍ର କରି ମହିଳା ଜଣଙ୍କ ଯୁବକଙ୍କୁ ଠକୁ ଥିଲେ ସେଇ ସୋସିଆଲ ମିଡିଆ ଆଜି ତାଙ୍କ ପୁରା ସତ ସାମ୍ନାକୁ ଆଣିଛି । ଯାହାପରେ ଏବେ କମିଶନରେଟ୍ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ୍ କରିଛି ।

Leave a Reply

Your email address will not be published. Required fields are marked *