Pratidin TV

Odisha's Digital News Platform

ସବୁଠି ମହିଳା କନଷ୍ଟେବଲ ବାସନ୍ତୀଙ୍କ ଚର୍ଚ୍ଚା : ସୃଷ୍ଟି କଲେ ନିଆରା ଉଦାହରଣ , ପରୀକ୍ଷା କେନ୍ଦ୍ରକୁ ଏକା ଆସିଥିବା ଆଶାୟୀଙ୍କୁ କଲେ ଏପରି ସାହାର୍ଯ୍ୟ…..

ମାଲକାନଗିରି : ଜିଲ୍ଲା ବ୍ୟାପି ରାଜ୍ୟଭରି ହେଉଛି ବାସନ୍ତୀଙ୍କ ଚର୍ଚ୍ଚା । ନିଜର କର୍ତ୍ତବ୍ୟ ସହ ବାସନ୍ତୀ ଯେ ଜଣେ ସୁହୃଦୟୀ ଓ ପରପୋକାରୀ ମହିଳା ତାହା ସାରା ରାଜ୍ୟ ଜ।ଣିଲା । ରବିବାର ଚାଲିଥିବା କନଷ୍ଟେବଳ ପଦବୀ ପାଇଁ ଲିଖିତ ପରୀକ୍ଷାରେ ଘଟିଥିଲା ଏଭଳି ଏକ ଆଶ୍‌ର୍ଯ୍ୟ ଜନକ ଘଟଣା ଯାହ ସଭିଙ୍କ ହୃଦୟକୁ ଛୁଇଁ ଯାଇଚି । ଏବଂ ପୁରା ସମାଜ ପାଇଁ ବର୍ତ୍ତମାନ ଏକ ପ୍ରେରଣା ସୃଷ୍ଟି କରିଦେଇଛି ।

ରବିବାର ଥିଲା ଓଡ଼ିଶା ପୁଲିସ କନଷ୍ଟେବଲ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷା। ବିଭିନ୍ନ ସ୍ଥାନରେ ଏଥିପାଇଁ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ମାଲକାନଗିରି କଲେଜରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏଥିରେ ଚଞ୍ଚଳା ମଲ୍ଲିକ ନାମକ ଜଣେ ୨୨ ବର୍ଷୀୟ ମହିଳା ପୋଲିସ ଚାକିରୀ ଲାଗି ନିଜର ଚାରି ମାସର ଛୁଆକୁ ନେଇ ପରିକ୍ଷା କେନ୍ଦ୍ରକୁ ଆସିଥିଲେ । ହେଲେ ନିଜ ଛୁଆକୁ ଜଗିବା ଲାଗି ପରିବାର ବର୍ଗ କେହି ସେଠାରେ ଉପସ୍ଥିତ ନଥିଲେ ବା ଆସିନଥିଲେ । ସେ ତାଙ୍କ ମାଁଙ୍କୁ ମଧ୍ୟ ଫୋନ କରିଥିଲେ କିନ୍ତୁ କିଛି କାର୍ଯ୍ୟବସତ ତାଙ୍କ ମାଁ ମଧ୍ୟ ଆସିପାରିନଥିଲେ । ଯାହକୁ ନେଇ ଚିନ୍ତାରେ ପଡିଯାଇଥିଲେ ଚଞ୍ଚଳା ।

ପରୀକ୍ଷା ଗେଟ୍ ପଡିବାରେ ଆଉ ମାତ୍ର କିଛି କ୍ଷଣୀ ଥିଲା । କିନ୍ତୁ କୋଳରେ ନିଜ ୪ ମାସର କଅଁଳା ଶିଶୁକୁ ନେଇ ଗେଟ୍ ବାହାରେ ଏପଟ ସେପଟ ହେଉଥିଲେ ଚଞ୍ଚଲା । ତାଙ୍କୁ ଏପରି ଅଧର୍ଯ୍ୟ ହେବାର ଦେଖି ସେଠ।ରେ ଡିୟୁଟିରେ ଥିବା ମହିଳା କନେଷ୍ଟବଳ ବାସନ୍ତୀ ସେଠାରେ ପହଞ୍ଚି ସବୁ ବୁଝିସାରିଥିଲେ । ଏହାପରେ ବାସନ୍ତୀ ତୁରନ୍ତ ତାଙ୍କ ଉପର ଅଫିସରଙ୍କୁ ଏହି ବିଷୟରେ ଜଣାଇଥିଲେ। ଉପର ଅଫିସରଙ୍କ ପରମିଶନ୍ ପାଇବା ପରେ ସେ ଚଞ୍ଚଳାଙ୍କ ଝିଅଙ୍କୁ କୋଳକୁ ନେଇ ତା’ ପିଠି ଥାପୁଡ଼ାଇ ତାକୁ ତୁନି କରାଇଥିଲେ। ସେ ଝିଅକୁ ସମ୍ଭାଳିବେ ବୋଲି ଚଞ୍ଚାଳଙ୍କୁ କହିଥିଲେ।

ଝିଅ ଟିକେ ତୁନି ହେବାରୁ ଚଞ୍ଚଳା ପରୀକ୍ଷା କେନ୍ଦ୍ର ଭିତରକୁ ଯାଇଥିଲେ । କିନ୍ତୁ ଏହାପରେ ପୁଣି ଛୁଆଟି କାନ୍ଦିବାକୁ ଲାଗିଥିଲା । ଶେଷରେ ସବୁ ଚେଷ୍ଟା ବିଫଳ ହେବାପରେ ବାସନ୍ତି ଛୁଆଟିକୁ ତୁନି କରାଇବା ଲାଗି ସ୍ତବ୍ୟପାନ କରାଇଥିଲେ । ଯାହପରେ ଶିଶୁଟି ପୁଣି ଚୁପ୍ ଚାପ୍ ବାସ୍ତନୀଙ୍କ କୋଳରେ ଆରମାରେ ଶୋଇଥିଲା । ଦୀର୍ଘ୨ ଘଣ୍ଟା ପରେ ପରୀକ୍ଷା କେର୍ନ୍ଦରୁ ବାହରିଥିଲେ ଚଞ୍ଚଳା , ବାସନ୍ତୀଙ୍କୁ କୃତଜ୍ଞତା ଜଣାଇ ସେଠାରୁ ଝିଅକୁ ନେଇ ଘରକୁ ଫେରିଥିଲେ।
ଚଞ୍ଚଳା ଏସବୁ ଘଟଣା ନିଜ ମୁହଁରେ ବଖାଣିବା ପରେ ସପୃକ୍ତ ଅଞ୍ଚଳରେ ବାସନ୍ତୀଙ୍କ କର୍ତ୍ତବ୍ୟ, ମହାନତା ଓ ସ୍ନେହ ଭାବନାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *