Pratidin TV

Odisha's Digital News Platform

କୁମ୍ଭକର୍ଣ୍ଣ ଭଳି ଶୁଅନ୍ତି ମହିଳା : ଥରେ ଶୋଇଲେ ୪ ଦିନ ପରେ ଉଠନ୍ତି..

1 min read

ନୂଆଦିଲ୍ଲୀ : ଆପଣମାନେ ରାବଣର ଭାଇ କୁମ୍ଭକର୍ଣ୍ଣ କଥା ନିହାତି ଶୁଣିଥିବେ । କୁମ୍ଭକର୍ଣ୍ଣ କିଭଳି ବର୍ଷ ବର୍ଷ ଧରି ଶୋଇରହୁଥିଲା । ତାକୁ ଉଠାଇବା ପାଇଁ ଅନେକ ପ୍ରୟାଶ ବିଫଳ ହେଉଥିଲା । ତେବେ ନିକଟରେ ଆମେ କୁମ୍ଭକର୍ଣ୍ଣଙ୍କ ଫିମେଲ ଭର୍ସନଙ୍କ କଥା ଜାଣିବାକୁ ପାଇଛୁ । କଣ ବିଶ୍ୱାସ ହେଉନାହିଁ କି ! କିନ୍ତୁ ଏହା ସତ । ନିକଟରେ ଏମିତି ଜଣେ ମହିଳା ଚିହ୍ନଟ ହୋଇଛନ୍ତି ଯିଏ ଦିନତମାମର ୨୨ ଘଣ୍ଟା ଶୋଇରୁହନ୍ତି । ନା ମଝିରେ ପାଣିପିଇବାକୁ ଉଠନ୍ତି ନା ବାଥରୁମ୍ ଯିବା ପାଇଁ । ସେ ଦିନକୁ ୧୮ ରୁ ୨୨ ଘଂଟା ଶୋଉଥିବା ବେଳେ ଏବେ ଏହି ଶୋଇବା ତାଙ୍‌କର ରୁଟିନରେ ପରିଣତ ହୋଇଯାଇଛି ।

Advertisement

ବ୍ରିଟେନ୍‌ର ଜଣେ ମହିଳା ଦିନର ୨୪ ଘଂଟାରୁ ୨୨ ଘଂଟା ଶୋଉଥିବା ଜଣାପଡ଼ିଛି । ଏକ ରିପୋର୍ଟ ମୁତାବକ, ୩୮ ବର୍ଷୀୟା ଜୋଆନା କକ୍ସ ରିୟଲ ଜୀବନର ସ୍ଲିପିଂ ବ୍ୟୁଟି କୁହାଯାଉଛି । କାରଣ ସେ ଦିନର ୨୨ ଘଂଟା କେବଳ ଶୋଇବାରେ ହିଁ ବିତାଇ ଦେଉଛନ୍ତି । ଆମେ ଶୋଇବା ସମୟରେ ବାରମ୍ବାର ଉଠି ପାଣି ପିଇଥାଉ । ହେଲେ ତାଙ୍କୁ ଶୋଇବା ସମୟରେ କୌଣସି ଖାଦ୍ୟପେୟର ଆବଶ୍ୟକତା ପଡ଼େନାହିଁ । ଏକ ଆଶ୍ଚର୍ଯ୍ୟର କଥା କି ସେ ଥରେ ଲଗାତର ଭାବେ ୪ ଦିନ ଶୋଇଥିଲେ । ତାଙ୍କୁ ତା’ ବାବଦରେ ଜଣାପଡ଼ି ନ ଥିଲା । ସେ ନିଜକୁ ଅନେକ ସମୟରେ ଶୋଇବା ଅବସ୍ଥାରେ ହିଁ ପାଇଥାନ୍ତି । ସେ ଯେତେବେଳେ ବାହାରକୁ ଯାଆନ୍ତି, ସେଠାରେ ମଧ୍ୟ ଶୋଇପଡ଼ନ୍ତି ।

ରିପୋର୍ଟ ମୁତାବକ, ଏହା ଏକ ଅଜବ ରୋଗ । ଯାହାଫଳରେ ବ୍ୟକ୍ତି ଜାଣିକି ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ ଚେଇଁପାରନ୍ତିନି । ଆଇଡିଓପାଥିକ ହାଇପରସୋମ୍‌ନିଆ ଏକ ଜଟିଳ ରୋଗ, ଯେଉଁଥିରେ ଦୁନିଆର ବହୁତ କମ୍ ଲୋକ ଶିକାର ହୋଇଥା’ନ୍ତି । ଏହା ଦ୍ୱାରା ଜଣେ ବ୍ୟକ୍ତି ନିଜ ନିଦ ଉପରେ ନିୟନ୍ତ୍ରଣ ରଖିପାରି ନ ଥା’ନ୍ତି ।

Leave a Reply

Your email address will not be published. Required fields are marked *