Pratidin TV

Odisha's Digital News Platform

ଫେସିଆଲ କରିବା ପଡିଗଲା ଭାରି , ହୋଇଗଲା ଏଚ୍‌ଆଇଭି ସଂକ୍ରମଣ ..

1 min read

ଆଜିର ଆଧୁନିକ ଯୁଗରେ ସୁନ୍ଦର ହେବା ପାଇଁ ସମସ୍ତେ ଚାହଁନ୍ତି । ବିଶେଷ କରି ମହିଳା ମାନେ ନିଜକୁ ସୁନ୍ଦର କରିବା ପାଇଁ ଆପଣାଇ ଥାଆନ୍ତି ବିଭିନ୍ନ ପ୍ରଥା । ଅନେକ ସୁନ୍ଦରୀ ହେବାପାଇଁ ଆପଣେଇ ଥାନ୍ତି କସମେଟିକ ସର୍ଜରୀ । ଅନେକଙ୍କ ଚେହେରା କସମେଟିକ ସର୍ଜରୀ ସାହାଯ୍ୟରେ ସୁନ୍ଦର ଦେଖାଯାଏ ତ ।ଉ କାହାର ବିଗିଡି ଯାଏ । ହେଲେ ଆଜିକାଲିକା ମହିଳା ମାନେ ବହୁ ସମୟ ଧରି ଯବାନ ଦେଖାଯିବାକୁ କସମେଟିକ ସର୍ଜରୀ କରିଥାନ୍ତି । ବିଭିନ୍ନ ପ୍ରକାରର କସମେଟିକ ସର୍ଜରୀ କରିବା ସହ ମୁହଁରେ ବିଭିନ୍ନ ପ୍ରକାରର ଇଂଜେକସନ ପ୍ରୟୋଗ କରିଥାନ୍ତି । ସୁନ୍ଦର ଯ୍ୱାନ ଦେଖାଯିବାକୁ ‘ଭାମ୍ପାୟାର୍ ଫେସିଆଲ୍‌’ ପ୍ରୟୋଗ କରିଥାନ୍ତି । ଏହି ‘ଭାମ୍ପାୟାର୍ ଫେସିଆଲ୍‌’ର ଏକ ଭୟାନକ କାହାଣୀ ରହିଛି । ଏହି ଭାମ୍ପାୟର୍ ଫେସିଆଲ୍‌’ କରି ତିନି ଜଣ ମହିଳାଙ୍କୁ ଏଚଆଇଭି ରୋଗ ସଂକ୍ରମଣ ହୋଇଛି ।

ସୂଚନାନୁସାରେ, ନ୍ୟୁ ମେକ୍ସିକୋର ଏକ ସ୍ପା ଠାରେ ଭାମ୍ପାୟାର୍ ଫେସିଆଲ୍‌’ ଯୋଗୁଁ ଏହା ଘଟିଛି । କସମେଟିକ୍ ଇଞ୍ଜେକ୍ସନ୍ ମାଧ୍ୟମରେ ଏଚ୍‌.ଆଇ.ଭି ସଂକ୍ରମଣ ଘଟିଛି । ପୂର୍ବରୁ ଏପରି କୌଣସି ଘଟଣା ଘଟିନଥିବା ବେଳେ ଏହା ପ୍ରଥମ । ୨୦୧୮ ରେ, ମେକ୍ସିକୋର ଜଣେ ମହିଳା ଏକ ଲାଇସେନ୍ସପ୍ରାପ୍ତ ସ୍ପା ରେ ପ୍ଲାଲେଟ୍ ସମୃଦ୍ଧ ପ୍ଲାଜମା ମାଇକ୍ରୋନିଡଲିଂ ପ୍ରଣାଳୀ ଅତିକ୍ରମ କରିବା ପରେ ଏଚ୍‌.ଆଇ.ଭି. ସଂକ୍ରମିତ ହୋଇଥିଲେ । ନ୍ୟୁ ମେକ୍ସିକୋର ସ୍ୱାସ୍ଥ୍ୟ ବିଭାଗ ସହିତ ସିଡିସି, କସମେଟିକ୍ ଇଞ୍ଜେକ୍ସନ ମାଧ୍ୟମରେ କିପରି ଏଚ୍‌.ଆଇ.ଭି ସଂକ୍ରମଣ ଘଟିଲା ତାହାର ଅନୁସନ୍ଧାନ କରିବା ପରେ ସୂଚନା ମିଳିଲା ମହିଳା ହୁଏତ ଡ୍ରଗ୍ସ କିମ୍ୱା ଏଚ୍‌.ଆଇ.ଭି. ସଂକ୍ରମିତ ରକ୍ତ ନେଇଥିବେ ବା କୌଣସି ଏଚ୍‌.ଆଇ.ଭି. ସଂକ୍ରମିତ ଲୋକ ସହ ଶାରୀରିକ ସମ୍ବନ୍ଧ ରଖିଥିବେ । ଏହି ‘ଭାମ୍ପାୟାର୍ ଫେସିଆଲ୍‌’ କରିବା ପାଇଁ ୪୫ ମିନିଟ୍ ରୁ ଏକ ଘଣ୍ଟା ନେଇଥାଏ । ବାର୍ଦ୍ଧକ୍ୟର ଲକ୍ଷଣ ଲୁଚାଇବା ପାଇଁ ଲୋକମାନେ ଏହା କରିଥାନ୍ତି । ସିଡିସି ରିପୋର୍ଟ ଅନୁଯାୟୀ ମହିଳା ମାନେ ଇଞ୍ଜେକ୍ସନ ମାଧ୍ୟମରେ ସଂକ୍ରମିତ ରକ୍ତଦାନ ଦିଆଯାଇ ନାହିଁ କିମ୍ବା ଏଚ୍‌.ଆଇ.ଭି ପଜିଟିଭ୍ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି । ଭାମ୍ପାୟାର୍ ଫେସିଆଲ୍‌’ ଯୋଗୁଁ ଇଞ୍ଜେକ୍ସନ ଯୋଗୁଁ ସଂକ୍ରମଣ ହୋଇଥିବା ଜଣାପଡିଛି । ଏହାପରେ ନ୍ୟୁ ମେକ୍ସିକୋ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏହି ସ୍ପା ବନ୍ଦ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *