Pratidin TV

Odisha's Digital News Platform

ସରକାରୀ କ୍ୱାଟର୍ସରୁ ମହିଳା SI ଙ୍କ ଝୁଲନ୍ତା ମୃତଦେହ ଉର୍ଦ୍ଧାର

1 min read

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା ଅନ୍ତଗତ ଜି ଉଦୟଗିର ଥାନା ମହିଳା ଏସ୍‌ଆଇଙ୍କ ଝୁଲନ୍ତା ମୃତଦେହ ଉର୍ଦ୍ଧାର କରିଛି ପୋଲିସ । ସୂଚନା ଅନୁଯାୟୀ ସେ ଆଜି ସକାଳ ସମୟରେ ନିଜ ସରକାରୀ ବାସ ଭାବନରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । କୌଣସି କାରଣ ବସତ ସେ ନିଜ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ । ମହିଳା ଏସ୍‌ଆଇଜଣଙ୍କ ହେଉଛନ୍ତି ସ୍ୱାଗତିକା ବେହେରା ।

ତେବେ ଗତକାଲିଠାରୁ ସ୍ୱାଗତିକା ନିଜ ଘର କବାଟ ଖୋଲିନଥିବା ସହ ଆଜି ସକାଳେ ଡ୍ୟୁଟି ମଧ୍ୟ ଯାଇନଥିଲେ । ଏନେଇ ତାଙ୍କ କ୍ୱାଟର୍ସ ପାଖ କ୍ୱାଟର୍ସରେ ରହୁଥିବା ଆଇଆଇସି ରେବତୀ ଶବର , ଏସଡିପିଓ ଏବଂ ଅନ୍ୟାନ କର୍ମଚାରୀମାନେ ଆସି କବାଟ ବାଡେଇବା ସହ ଫୋନ କରିଥିଲେ ମଧ୍ୟ ସେ କାହାରି ଉତ୍ତର ଦେଇନଥିଲେ । ଏନେଇ ପୋଲିସ କତ୍ତୃପକ୍ଷ ବାଧ୍ୟ ହୋଇ ତାଙ୍କ କବାଟ ତାଡିବାକୁ ନିର୍ଦ୍ଧେଶ ଦେଇଥିଲା । କବାଟ ତଡାଯିବା ପରେ ତାଙ୍କ ଝୁଲନ୍ତା ମୃତଦେହ ପାଇଥିଲେ ।

Advertisement

ଏନେଇ ପୋଲିସ କତ୍ତୃପକ୍ଷ ସ୍ୱାଗତିକା ବେହେରାଙ୍କ ମୃତ ଶରୀରକୁ ଉର୍ଦ୍ଧାର କରି ଶବ ବ୍ୟବିଚ୍ଛେଦ ନିମନ୍ତେ ପଠାଇଛି । ତେବେ ଜଣେ ପୋଲିସ ଏସଆଇ ହୋଇ ସ୍ୱାଗତିକା କାହିଁକି ବା କେଉଁ ପରିସ୍ଥିତିରେ ଏପରି ପଦକ୍ଷେପ ଉଠାଇଲେ ତାହା ଏଯାଏ ସ୍ପଷ୍ଟ ହୋଇପାରିନି ।

Leave a Reply

Your email address will not be published. Required fields are marked *