ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ମାମଲା : ସାମ୍ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ,ଦ୍ୱନ୍ଦରେ ପୋଲିସ !..
1 min readକଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ଦିନକୁ ଦିନ ଦ୍ୱନ୍ଦ ବଢୁଥିବା ବେଳେ ଆଜି ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ମାମଲାର ତଦନ୍ତ କରୁଥିବା ଗୁରୁଡିଝାଡିଆ ପୋଲିସକୁ ରିପୋର୍ଟ ପ୍ରଦାନ କରାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହ ସନ୍ଦେହରେ ଥିବା ଭିତରେ ସାମ୍ନାକୁ ଆସିଲା ଏଭଳି ବିସ୍ପୋରକ ସତ୍ୟ । ରାଜଶ୍ରୀଙ୍କ ମାଁ ଅଭିଯୋଗ କରିଥିଲେ ଯେ ତାଙ୍କୁ କେହି ହତ୍ୟା କରିଦେଇଛି । ତେବେ ରାଜଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ମୃତ୍ୟୁ ପରେ ହିଁ ତାଙ୍କ ମୁଣ୍ଡରେ କ୍ଷତି ହୋଇଥିବା କୁହାଯାଉଛି ।
ଅନ୍ୟପଟେ ସପୃକ୍ତ ଘଟଣାକୁ ବାଟବଣା କରୁଛି ରାଜଶ୍ରୀଙ୍କ ଗାଡିରେ ପେଟ୍ରୋଲ ପକାଇବା। କାରଣ ରାଜଶ୍ରୀ ମୃତ୍ୟୁ ପୂର୍ବରୁ କପୁର ସିଂ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ପକାଇଥିଲେ । ଏହି ପେଟ୍ରୋଲ ପମ୍ପଠାରୁ ପ୍ରାୟ ୧ କିଲୋମିଟର ଦୂରରେ ହିଁ ତାଙ୍କ ମୃତ ଦେହ ଜବତ ହୋଇଥିଲା । ଏବେ ପୋଲିସ ଆଗରେ ବଡ ପ୍ରଶ୍ନବାଚ ସୃଷ୍ଟି କରିଛି ରାଜଶ୍ରୀଙ୍କ ଗାଡିରେ ପେଟ୍ରୋଲ ଭରିବା ଘଟଣା । ଆତ୍ମହତ୍ୟା କରିବାକୁ ଯିବା ପୂର୍ବରୁ କାହିଁକି ଗାଡିରେ ପେଟ୍ରୋଲ ଭର୍ତ୍ତି କରିଥିଲେ ରାଜଶ୍ରୀ । ଏନେଇ ପୋଲିସ ପେଟ୍ରୋଲ ପମ୍ପଠାରୁ ସିସିଟିଭ ଯାଞ୍ଚ କରୁଛି । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ ମୁଣ୍ଡରେ କ୍ଷତ କିପରି ହେଲା ତାକୁ ନେଇ ବର୍ତ୍ତମାନ ବଡ ପ୍ରଶ୍ନ ଉଠୁଛି।
ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ସେପଟେ ପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି । ଶେଷ ଥର ପାଇଁ କପୁର ସିଂହ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ ରାଜଶ୍ରୀ । ତାଙ୍କ ଗାଡିରୁ ପେଟ୍ରୋଲ ପକାଇଥିବା ବିଲ୍ ଓ ଭିସା କାର୍ଡକୁ ଜବତ କରିଛି ପୋଲିସ ।