Pratidin TV

Odisha's Digital News Platform

ରାଜ୍ୟରେ ବଢୁଛି ପିକଅପ୍ ଦୁର୍ଘଟଣା ; ଡ୍ରାଇଭରଙ୍କ ବେପରବା ଗାଡି ଚାଳଣ ନେଉଛି ନିରୀହ ଜୀବନ

1 min read

ବାଲେଶ୍ୱର : ବଢୁଛି ପିକ୍‌ଅପ୍ ଡ୍ରାଇଭରଙ୍କ ବେପରବା ଗାଡି ଚାଳଣ । କିନ୍ତୁ ବଳିପଡୁଛି ନିରୀହ ମଣିଷ ।ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଜନୈକା ମହିଳା ଙ୍କୁ ପିକପ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମହିଳା ଙ୍କ ମୃତ୍ୟୁ ହୋଇଥିଲା ।ଘଟଣାରୁ ପ୍ରକାଶ ବସ୍ତା ଥାନା ଛାନୁଆ ପଞ୍ଚାୟତ ଅନ୍ତର୍ଗତ ଛାନୁଆ ଗ୍ରାମର ବାସୁ ଜେନାଙ୍କ ଝିଅ ଗୁରୁବାର ଜେନା ବୟସ(୪୮)ବର୍ଷ ।

ଗୁରୁବାରି ଆଜି ସକାଳ ପ୍ରାୟ ୮ଟା ସମୟରେ ରାସ୍ତା କୋଡରେ ବସିଥିବା ସମୟରେ ବାହାବଳପୁର ଆଡୁ ଙଊ-ଙ୧ଘ-୬୮୯୮ ନମ୍ବରର ପିକପ ଧକ୍କା ଦେବାରୁ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।ପିକପ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।ଉତ୍ତେଜିତ ଲୋକମାନେ କ୍ଷତିପୂରଣ ଦାବିକରି ରାସ୍ତା ରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।ଖବର ପାଇ ବସ୍ତା ଥାନା ଅଧିକାରୀ ବାରୀଣୀ ଦାସ ସଦଳ ବଳେ ଘଟଣା ସ୍ଥଳ ରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାରୁ ଲୋକମାନେ ଶାନ୍ତ ହୋଇଥିଲେ ।ସଦର ତହସିଲଦାର ନିର୍ଲିପ୍ତା ମହାନ୍ତି ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ପୋଲିସ ଶବ ଜବତ କରି କେଶ ନଂ ୯୬/୨୩ ମୂଳେ ଏକ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇ ଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *