(ଭିଡିଓ)ମାଛ ଧରୁଥିବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ବୀର ..
1 min readକେନ୍ଦ୍ରାପଡା : ମାଛଧରିବା ହେଲା କାଳ । ଘରକୁ ଆଉ ଫେରିପାରିଲେନି କୌଶଲ୍ୟା । ଟାଣିନେଲା କୁମ୍ବୀର । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକରେ ଘଟିଛି ।
ସୂଚାନାଯୋଗ୍ୟ ଯେ ରବିବାର ସନ୍ଧ୍ୟା ସମୟରେ ଖରନାସୀ ଗ୍ରାମର ୪ ଜଣ ମହିଳା ଜମ୍ବୁ ନଦୀକୁ ମାଛ ଧରିବାକୁ ଯାଇଥିଲେ । ମାଛଧରି ଫେରୁଥିବା ସମୟରେ ୪ ଜଣଙ୍କ ଭିତରୁ କୋଶଲ୍ୟ ପଛରେ ରହିଯାଇଥିଲେ । ସେହି ସମୟରେ ଏକ ବିରାଟକାୟ କୁମ୍ଭୀର କୌଶଲ୍ୟାଙ୍କ ଉପରକୁ ଆକ୍ରମଣ କରିଥିଲା । ମହିଳା ଜଣଙ୍କ ଅନ୍ୟ ୩ ଜଣା ସାଥିଙ୍କୁ ସାହାର୍ଯ୍ୟ ନିମନ୍ତେ ଡାକିଥିଲେ ମଧ୍ୟ ସାଥୀମାନେ କୌଣସି ପ୍ରକାରର ସାହାର୍ଯ୍ୟ କରିପାରିନଥିଲେ । କାରଣ କୁମ୍ବୀରଟି କୌଶଲ୍ୟାଙ୍କୁ ନିଜ ଦାନ୍ତରେ କାମୁଡି ଧରିଥ
ମହାକାଳପଡା ଅନ୍ତର୍ଗତ ଜମ୍ବୁ ନଦୀରେ ରବିବାର ସନ୍ଧ୍ୟାରେ ଖରନାସୀ ଗ୍ରାମ ର ୪ ଜଣ ମହିଳା ନଦୀ ରେ ମାଛ ଧରି ଫେରୁଥିବା ସମୟରେ ନଦୀରେ ଥିବା ଏକ ବଡ଼ କୁମ୍ଭୀର ଜଣ ଙ୍କୁ ଆକ୍ରମଣ କରିଥିଲା।
ମହିଳା ଜଣଙ୍କ ଦିଦି ବୋଲି ସାଥୀ ମହିଳାଙ୍କୁ ଡାକ ପକାଇ ଥିବା , ପଛକୁ ବୁଲି ଦେଖିଲା ବେଳକୁ ଖରନାସୀ ଗ୍ରାମ ର କୈଶଲ୍ୟା ମଣ୍ଡଳ ବୟସ ୪୫ ବର୍ଷ କୁ ଟାଣି ନେଇଥିଲା , ସାଥୀ ମହିଳା ମାନେ ସମସ୍ତେ ଭୟଭୀତ ହୋଇଯାଇଥିଲେ । ବଂଚାଇବାପାଇଁ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀର ମୁହଁ ରୁ ରକ୍ଷା କରି ପାରିନଥିଲେ । ପ୍ରାୟ ପାଣି ରେ ୩୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖିଥିଲା କୁମ୍ଭୀର , ତାପରେ କୈଶଲ୍ୟା ମୃତ ଦେହ କୁମ୍ଭୀର ସହ ଭାସିଥିଲା । ଲୋକ ମାନେ କୁମ୍ଭୀର କୁ ଘଉଡାଇ ଶବ ଉଦ୍ଧାର କରିଥିଲେ । ମୃତ ଦେହରେ କୁମ୍ଭୀର ଆକ୍ରମଣରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।