Pratidin TV

Odisha's Digital News Platform

ସ୍କୁଲ ସମ୍ମୁଖରେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍ ..

ଅନୁଗୋଳ ; ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ସକାଳ ସମୟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ କଲେଜପଡା ଅଞ୍ଚଳର ଗଣେଶ ରାଉତ ଏବଂ ତାଙ୍କ ସ୍ତ୍ରୀ ଉର୍ମିଲା ରାଉତ ମନ୍ଦିର ପାଖରେ ଏକ ଭୋଗ ଦୋକାନ କରିଥିଲେ।

ଦୋକାନକୁ ବାଇକ୍ ଯୋଗେ ଆସିବା ବେଳେ ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ଦୁହିଁଙ୍କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ସେ ରାସ୍ତାରେ ଖସି ପଡ଼ି ଥିଲେ। ମହିଳାଙ୍କ ଉପରେ ଟ୍ରକ୍ ଚଢାଇ ଦେଇ ପଳାଇ ଯାଇଥିଲା । ସ୍ତାନୀୟ ଲୋକଙ୍କ ଘଟଣା ସ୍ତଳ ରେ ଉତେଜନା ର ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର୍ ପାଇଁ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝା ଶୁଝା କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *