Pratidin TV

Odisha's Digital News Platform

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ : ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର

ଭୁବନେଶ୍ୱର : ଲଗାଣ ବର୍ଷା ଉଜାଡି ଦେଇଛି ଗୋଟେ ହସ ଖୁସିର ସଂସାରକୁ ।ଛଡାଇ ନେଇଛି ଗୋଟେ ସ୍ୱାମୀ ପାଖରୁ ତା ସ୍ତ୍ରୀକୁ । ଲଗାଣ ବର୍ଷା ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ଦେଖାଦେଇଛି ଏକ ଦୁଖଦଃ ଘଟଣା । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତର ଟିକରପଡା ଗାଁରେ ଲଗାଣ ବର୍ଷାରେ ଜଣଙ୍କ କାନ୍ଥ ଭଷୁଡି ଯାଇଥିଲା । ଫଳରେ ଘରେ ଶୋଇଥିବା ସ୍ୱାମୀ ,ସ୍ତ୍ରୀଙ୍କ ଉପରେ ଏହା ପଡିଯାଇଥିଲା । ଏହାପରେ ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ଉର୍ଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ।

ଘଟଣା ସ୍ଥଳରୁ ୨ ଜଣଙ୍କୁ ବାହାର କରିବା ପରେ ସ୍ତ୍ରୀଜଣଙ୍କର ସେହିଠାରେ ହିଁ ମୃତ ହୋଇଯାଇଥିଲା । ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ନେଇ ଭର୍ତ୍ତି କରାଇଥିଲେ ଗ୍ରାମବାସୀ ।ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ତେବେ ଲଗାଣ ବର୍ଷା ପ୍ରଭାବରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ,ଗାଁରେ ଏକପ୍ରକାରର ଶୋକାକୂଳ ପରିବେଶ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *