ରାମଲଲାଙ୍କୁ ଦେଖୁ ଦେଖୁ ସର୍ବସ୍ୱ ଦାନ କରିଦେଲେ ମହିଳା , ଭିଡିଓ ଭାଇରଲ ..
1 min readଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ହେଉଛି ଭକ୍ତ ଭଗବାନ ଙ୍କ ମହାମିଳନ । ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ । ଦୂର ଦୂରାନ୍ତରୁ ଧାଇଁ ଆସୁଛନ୍ତି ରାମଲଲା ଙ୍କର ଟିକିଏ ଦର୍ଶନ ପାଇଁ । ରାମଲଲା ଦର୍ଶନ ମାତ୍ରକେ ଭାବବିହ୍ୱଳ ହୋଇପଡୁଛି ଭକ୍ତ । ତେବେ ରାମନବମୀ ଅବସରରେ ଧୁମଧାମରେ ସାରା ଦେଶରେ ଭଗବାନ ରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ମଧ୍ୟ ଭବ୍ୟ ପ୍ରସ୍ତୁତି କରାଯାଇଥିଲା । ଏହି ଦିନ ପ୍ରଭୁ ରାମଙ୍କ ସୂର୍ଯ୍ୟ ତିଳକ ମଧ୍ୟ କରାଯାଇଥିଲା ।
ତେବେ ସେହି ଦିନ ଏକ ଖାସ୍ ଘଟଣା ଘଟିଥିଲା ଯାହା ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମହିଳା ସୁନାର ଏକ ଇଟା ନେଇ ଦିଲ୍ଲୀରୁ ଅଯୋଧ୍ୟା ଆସିଥିଲେ ପ୍ରଭୁ ରାମଲାଲାଙ୍କୁ ଦେବା ପାଇଁ କିନ୍ତୁ ଘଟିଲା କିଛି ଅଲଗା । ଭାଇରାଲ ଭିଡିଓରେ କୁହାଯାଉଛି କି ଜଣେ ମହିଳା ରାମଲାଲାଙ୍କୁ ସୁନା ଇଟା ଦେବାକୁ ଆସିଥିଲେ । କିନ୍ତୁ ସେ ମୂର୍ତ୍ତି ଦେଖି ଭାବବିହ୍ୱଳ ହୋଇଗଲେ । ଏହା ପରେ ସେ ଦେବାକୁ ଆଣିଥିବା ସୁନା ଇଟା ତ ଦେଲେ, ତା ସହ ପିନ୍ଧିଥିବା ସବୁ ଗହଣା କାଢି ଦେଇଦେଲେ । ସମସ୍ତେ ମହିଳାଙ୍କ ଏଭଳି କାର୍ଯ୍ୟକୁ ଖୁବ୍ ପ୍ରଶଂସା କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହୁଛନ୍ତି ଯେ ‘ସବୁ ତ ସେହି ପ୍ରଭୁଙ୍କର, ଯେତେ ଦେଲେ ବି କମ୍ ।’